ତଦନ୍ତ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

image-44

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅନୁସୂଚିତ ଜାତି ବର୍ଗର ଜଣେ ଅସହାୟ ମହିଳାଙ୍କୁ ସେହି ଗ୍ରାମରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଜଣେ କର୍ମଚାରୀ ପ୍ରକାଶ ପରିଡା ଦୁଷ୍କର୍ମ ଉଦ୍ୟମ ଘଟଣାରେ ପୋଲିସ ତାଙ୍କୁ ଗିରଫ ନକରି ଥାନାରୁ ଜାମିନରେ ଛାଡ଼ିଦେଇଛି । ଏହାର ପ୍ରତିବାଦରେ ରାଜ୍ୟ ବହୁଜନ ସମାଜ ସମେତ ଆମ୍ବେଦକର ରାଇଟ ସଲିଡାରିଟି ଫୋରମ୍ ତରଫରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଦୀର୍ଘ ସମୟ ଧରି ଧାରଣା ଦିଆଯାଇଥିଲା ।

ଗତ ନଭେମ୍ବର ୩ ତାରିଖରେ ଏହି ଘଟଣା ଘଟିଥିଲା । ପୋଲିସ ଆଇପିସିର ଧାରା ୩୪୧, ୩୨୩, ୨୯୪, ୫୦୬, ୩୫୪ଏ, ୩୫୪ବି ଓ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲେ । ମାତ୍ର ତାକୁ ଗିରଫ କରିବା ପରିବର୍ତ୍ତେ ଥାନାରୁ ଜାମିନ ଦିଆଯାଇଥିବା ସଂଗଠନ ଅଭିଯୋଗ ଆଣିଛି । ଜଣେ ଏସପି ଙ୍କ ପାହ୍ୟାର ଅଧିକାରୀଙ୍କ ଦ୍ଵାରା ଘଟଣାର ତଦନ୍ତ ସହ ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ଦ୍ଵାରା ଘଟଣାର ସୁପରିଭିଜନ ଦାବିରେ ଏହି ଧାରଣା ଦିଆଯାଇଛି ।

nis-ad
Leave A Reply

Your email address will not be published.