ଗୁପ୍ତି ପ୍ରାଥମିକ ଚିକିତ୍ସାଳୟକୁ ନୂତନ 108 ଆମ୍ବୁଲାନ୍ସକୁ ସ୍ବାଗତ…

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଏକ ନୂତନ 108 ଆମ୍ବୁଲାନ୍ସ ସେବା ରୋଗୀଙ୍କ କଲ୍ୟାଣ ନିମନ୍ତେ ଯୋଗାଇ ଦିଆ ଯାଇଛି। କିପରି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଗୁରୁତ୍ୱର ରୋଗୀମାନେ ସଠିକ୍ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପରିସ୍ଥ ସରକାରୀ ଡାକ୍ତରଖାନାରେ ପହଂଚି ଊନ୍ନତ ଚିକିତ୍ସା ପାଇ ପାରିବେ ସେଥିପାଇଁ ଏହି 108 ଆମ୍ବୁଲାନ୍ସ କାର୍ଯ୍ୟକରିବ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ 108 ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥିବାରୁ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଅଞ୍ଚଳର ଜନସାଧାରଣ ସରକାରଙ୍କୁ ବଧାଇ ଜଣାଇଛନ୍ତି।

nis-ad
Leave A Reply

Your email address will not be published.