ଫାଣ୍ଡି ସମ୍ମୁଖରେ ହେଲମେଟ ଯାଞ୍ଚ, ଫାଇଁ ଆଦାୟ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅର୍ନ୍ତଗତ କୁଆଁରମୁଣ୍ଡା ଫାଣ୍ଡି ସମ୍ମୁଖରେ ହେଲମେଟ ଯାଞ୍ଚ ସହ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ ମଧ୍ୟ କରିଥିଲା କୁଆଁରମୁଣ୍ଡା ଫାଣ୍ଡି ପୋଲିସ | ଏହି ଯାଞ୍ଚ ଦ୍ୱିପ୍ରହର ୧୨ ଟା ରୁ ଆରମ୍ଭ ହୋଇ ୧ ପାଖାପାଖି ସମ୍ପୂର୍ଣ୍ଣ ହୋଇଥିଲା | ସୂଚନା ଅନୁଯାୟୀ ଉକ୍ତ ଯାଞ୍ଚରେ ଅମାନୀୟାଙ୍କୁ ସାବାଡ କରିବା ସଦୃଶ ଥିଲା | ଉକ୍ତ ଯାଞ୍ଚ ରେ ୧୪ଟି ବାଇକରୁ ଆନୁମାନିକ ୧୩.୫୦୦ ଟଙ୍କା ଫାଇନ ହୋଇଥିବା ଜଣା ପଡ଼ିଛି ! କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ଶ୍ରନିବାସ ଦାସ ତାଙ୍କ ସହକର୍ମୀଙ୍କ ସହାୟତାରେ ଏହି ହେଲମେଟ ଯାଞ୍ଚ କରାଯାଇଛି | ଏବଂ ଏହି ଯାଞ୍ଚରେ ଦୁଇ ଜଣ ଡ୍ରିଙ୍କିଙ୍ଗ ଦ୍ରାଇଭିଙ୍ଗ ମଧ୍ୟ କରି ଥିବାରୁ ତାଙ୍କ ବାଇକକୁ ଫାଣ୍ଡିରେ ଅଟକ ରଖି ଦୁଇ ଯୁବକଙ୍କୁ ବୀରମିତ୍ରପୁର ଥାନାକୁ ନେଇଥିବା ଜଣା ପଡ଼ିଛି |

nis-ad
Leave A Reply

Your email address will not be published.