ସାମ୍ବାଦିକ ଜ୍ୟୋତି ରଂଜନ ଦାସଙ୍କ ପତ୍ନୀ ବିୟୋଗ…

ବ୍ରହ୍ମପୁର : ସାମ୍ବାଦିକ ଜ୍ୟୋତି ରଂଜନ ଦାସ ଙ୍କ ପତ୍ନୀ ତଥା ସାମ୍ବାଦିକ ସୁନିଲ ପଟ୍ଟନାୟକ ଙ୍କ ଭଉଣୀ ଭାରତୀ ପଟ୍ଟନାୟକ ଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଦିର୍ଘ ସମୟ ଧରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଥିଲେ । ତେବେ କିଛି ଦିନର ବ୍ୟବଧାନ ପରେ ଗତକାଲି ରାତିରେ ଭାରତୀ ପଟ୍ଟନାୟକ ଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ଆଜି ସକାଳୁ ବ୍ରହ୍ମପୁର ସହରର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଆଜି ଭାରତୀ ପଟ୍ଟନାୟକ ଙ୍କ ମର ଶରୀରକୁ ନିଜ ବାସ ଭବନରୁ ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚ କୁ ନିଆଯିବା ପରେ ସେଠାରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ବିଜିପୁର ସ୍ଥିତ କବର ସ୍ଥାନରେ ଭାରତୀ ପଟ୍ଟନାୟକ ଙ୍କ ମର ଶରୀରକୁ କବର ଦିଆଯାଇଥିଲା । ଏହି ଅବସରରେ ସ୍ବର୍ଗତ ଭାରତୀ ପଟ୍ଟନାୟକ ଙ୍କ ପୁଅ ଓ ଝିଅ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.