ଗଞ୍ଜାମ ଜିଲ୍ଲାରେ ମରୁଡ଼ିର ପ୍ରତିଧ୍ଵନି..!,ଚଳିତ ବର୍ଷ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେବାର ଆଶା …


ବ୍ରହ୍ମପୁର: ୨୮-୧୨ ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବରୁ ଆସିକା,ସାନଖେମୁଣ୍ଡି, ଖଲ୍ଲିକୋଟ, ବୁଗୁଡ଼ା, ଶେରଗଡ଼, ଜଗନ୍ନାଥ ପ୍ରସାଦ,ଦିଗପହଣ୍ଡି, ପୁରୁଷୋତ୍ତମପୁର, ଛତ୍ରପୁର ଆଦି ଜିଲ୍ଲାର ଅଧାରୁ ଅଧିକ ବ୍ଲକରେ ମରୁଡ଼ି ପ୍ରତିଧ୍ଵନି ଦେଖାଦେଇଛି। ଏପରିକି କିଛି ଅଞ୍ଚଳରେ ଲୋକେ ଧାନ ନ କାଟି ଗାଈ ଗୋରୁ କୁ ଜମିକୁ ଛାଡି ଦେଲେଣି।କିନ୍ତୁ ସରକାର ଙ୍କ ପକ୍ଷରୁ ମରୁଡ଼ିର ମୁକାବିଲା ପାଇଁ କୌଣସି ପଦକ୍ଷେପ ନାହିଁ। କିନ୍ତୁ ଏହାର ଫାଇଦା ଯୋଗାଣ ବିଭାଗର କିଛି ଦୁର୍ନୀତି ଗ୍ରସ୍ତ ଅଫିସର ଠିକାଦାର ମାନେ ମିଲେର ମାନଙ୍କ ସାହାଯ୍ୟରେ ହିତାଧିକାରୀ ମାନଙ୍କୁ ମୁଳୁଥିବା ଚାଉଳକୁ ମିଲରଙ୍କୁ କିଲୋ ପିଛା ୨୮ଟଙ୍କା ରେ ବିକ୍ରି କରିବାକୁ ମୁଲଚାଲ କରିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଯେହେତୁ ଦାଦନ ଶ୍ରମିକ ର ଜିଲ୍ଲା ଭାରତ ବର୍ଷର ଏକ ନମ୍ବର ଜିଲ୍ଲା ରେ ପରିଣତ ହୋଇଛି। ପ୍ରତିଦିନ କୌଣସି ନା କୌଣସି ବ୍ଲକରେ ଦାଦନ ଶ୍ରମିକ ବାହାର ରାଜ୍ୟରେ ମୃତ୍ୟୁ ବରଣ କରିବାର ଖବର ପ୍ରକାଶ ପାଉଛି। ଯେହେତୁ ହିତାଧିକାରୀ ଙ୍କ ପରିବାର ର ସଦସ୍ୟ ମାନେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ସେହି ପରିବାର ର ସଦସ୍ୟ ଙ୍କୁ ଖାଉଟି ଡିଲେର ମାନଙ୍କୁ ହିତାଧିକାରୀ ମାନଙ୍କ ପାଇଁ ଯୋଗାଣ ବିଭାଗ ର ଏଲ-ଟୁ ଠିକାଦାର ମାନେ ହିତାଧିକାରୀ ମାନଙ୍କ ପାଇଁ କିଲୋ ପିଛା ଦଶ ଟଙ୍କା ଏବଂ ଡ଼ିଲେର ମାନଙ୍କୁ ପାଞ୍ଚ ଟଙ୍କା ଦରରେ ଦେଇ ଏଲ-ଟୁ ଠିକାଦାର ମାନେ ୨୮ ଟଙ୍କାରେ ଆସୁଥିବା ସରକାରୀ ଚାଉଳ ମିଲେର ମାନଙ୍କ ଜରିଆରେ ପୁଣି ସରକାର ଙ୍କୁ ବିକିବା ପାଇଁ ତତ୍ପର ହୋଇ ଗଲେଣି ବୋଲି ଚର୍ଚ୍ଚା ହେଉଛି। ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହିଞ୍ଜିଳି ବ୍ଲକରୁ କରାଯିବା ପାଇଁ ସ୍ଥିରକୃତ ହୋଇଥିବା ନେଇ ଚର୍ଚ୍ଚା ହେଲାଣି। ସୂଚନା ଥାଉକି ଜିଲ୍ଲା ପ୍ରଶାସନ ସବୁଜାଣି ଚୁପ ବସିଥିବା ଦେଖିବାକୁ ମିଳୁଛି l ଗୋଟିଏ ପଟେ ମରୁଡ଼ି ପ୍ରତିଧ୍ଵନି ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ଦଲାଲ ଓ ମିଲର ମାନେ ଦାଉ ସାଦୁଛନ୍ତି ଯାହାକୁ ନେଇ ଚାଷୀ ମାନଙ୍କ ମୁଣ୍ଡରେ ଚଡକ ପଶିଲାଣି ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଏହିକ୍ଷେତ୍ରରେ ଦୃଷ୍ଟି ନଦିୟନ୍ତି ତେବେ ଆଗାମୀ ଦିନରେ ଚାଷୀ ବାଧ୍ୟ ହେବେ ଆତ୍ମହତ୍ୟା କରିବାକୁ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି ଏଥିପାଇଁ ସରକାର ଓ ପ୍ରଶାସନ ହିଁ ଦାୟୀ ରହିବେ…!

nis-ad
Leave A Reply

Your email address will not be published.