ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

image-3-14

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି ତଳୁ ଉଦ୍ଧାର କଲେ ମାଓ ସାମଗ୍ରୀ ।

ଉଦ୍ଧାର ସାମଗ୍ରୀ ଭିତରେ ରହିଛି ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ ଯାହା ମାଟିତଳୁ ମିଳିଛି । ଏସଓଜି (SOG) ଓ (DVF) ମାଓ ଦମନ ଅପରେସନ ଯାଇଥିବା ସମୟରେ ପାଇଛି ସଫଳତା । ପୋଲିସକୁ ଟାର୍ଗେଟ କରି ମାଟିତଳେ ପୋତିଥିଲେ ମାଓବାଦୀ ।

କୁର୍ମାନୁର ଜଙ୍ଗଲ ଭିତରେ ମାଓବାଦୀମାନେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଯବାନମାନେ ସେଠାରେ ଆଜି କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଆଉ ଏହି ଅପରେସନରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ତେବେ ବିପୁଳ ମାଓ ସାମଗ୍ରୀ ଜବତ ପରେ ଉକ୍ତ ଅଞ୍ଚଳରେ ଅପରେସନ କୁ ଯୋରଦାର କରାଯାଇଛି ।

nis-ad
Leave A Reply

Your email address will not be published.