ଆସିକା : ସ୍ଥାନୀୟ ହରିହର ହାଇସ୍କୁଲ ରେ ୧୯୮୧ ବର୍ଷ ମେଟ୍ରିକ୍ ପାସ ଛାତ୍ର ଙ୍କ ତୃତୀୟ ବାର୍ଷିକ ବନ୍ଧୁ ମିଳନ ଓ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍ନରେ ହାଇସ୍କୁଲ ପରିସର ରେ୧୯୮୧ ବ୍ୟାଚ ର ବହୁ ପୁରାତନ ଛାତ୍ର ଏଥିରେ ଯୋଗୋଦେଇ ହାଇସ୍କୁଲ ସମ୍ମୁଖ ରେ ଥିବା ଆରାଧ୍ୟ ମା ଖମ୍ବେଶ୍ଵରୀ ମନ୍ଦିର ରେ ମା ଖମ୍ବେଶ୍ଵରୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ବିଦ୍ୟାଳୟ ପରିସରରେ ୪୦ ବର୍ଷ ପଛ ପୁରୁଣା ସ୍ମୃତି କୁ ସାଉଁଟିବା ସହ ଆଳାପ ଓ ଆଲୋଚନା ସଭାରେ ସମସ୍ତେ ସାମିଲ ହୋଇ ଥିଲେ।ପରେ ଅତିଥି ଭାବରେ ସେମାଙ୍କୁ ଶିକ୍ଷାଦାନ କରିଥିବା ସେହି ସମୟ ର ତିନିଶିକ୍ଷକ ଯୋଗ ଦେଇଥିଲେ।ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ପୁରାତନ ଛାତ୍ର ମାନେ ଅବସର ପ୍ରାପ୍ତ ଶିକ୍ଷକ ତଥା ସେମାନଙ୍କ ଗୁରୁ ଗଣେଶ ରଥ, ଏ. ଯୁଧିଷ୍ଟିର ଦୋରା ଓ ପ୍ରଫୁଲ ଚନ୍ଦ୍ରପାଣିଗ୍ରାହି ପ୍ରମୁଖ ଙ୍କୁ ବନ୍ଦାପନା କରି ମଞ୍ଚାସିନ କରାଇଥିଲେ।ଗୁରୁ ଓ ଛାତ୍ର ଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ମାନପତ୍ର, ପୁଷ୍ପ ଗୁଛ, ଉତ୍ତରୀୟ ପ୍ରଦାନ କରି ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ସତ୍ୟ ନାରାୟଣ ରଥ, ଡ଼ା. ତାରିଣୀ ଚରଣ ତ୍ରିପାଠୀ,ରାଜେନ୍ଦ୍ର ପଟ୍ଟନାୟକ,ସଞ୍ଜୟ ପାଣିଗ୍ରାହୀ, ତାରାଚାନ୍ଦ ମିଶ୍ର,ଅନ୍ତର୍ଯ୍ୟାମୀ ଜେନା, ସୀମାଞ୍ଚଳ ସାହୁ, କେ . ଦୁର୍ଗା ପ୍ରସାଦ ଆଚାରି,ପ୍ରସନ୍ନ ପାଣିଗ୍ରାହି,ରବୀନ୍ଦ୍ର ପାତ୍ର ସୁମନ୍ତ ସେନାପତି ପ୍ରମୁଖ ସଂଯୋଜନା କରିଥିବାବେଳେ ହରିହର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତଥା ୧୯୮୧ ର ଛାତ୍ର ଅଶୋକ ପାଢ଼ୀ, ଇଁ. ଲକ୍ଷ୍ମୀ କାନ୍ତ ପାଢ଼ୀ,ଉମାଶଙ୍କର ପଣ୍ଡା,ସୁଶାନ୍ତ ବିଶ୍ଵାଳ, ବିଜୟ ଖଟେଇ,ଲୋକନାଥ ପାଠୀ,ମହମ୍ମଦ ଜାଫର,କେ ତ୍ରିପତି ବାଲାଜୀ ପାତ୍ର,ଗଜେନ୍ଦ୍ର କୁମାର ପାତ୍ର,ରମେଶ ଚନ୍ଦ୍ର ବେହେରା,କିଶୋର ପାଣିଗ୍ରାହୀ,ମନୋରଞ୍ଜନ ଆଚାର୍ଯ୍ୟ, ହିମାଂଶୁପାଢ଼ୀ ଙ୍କ ସମେତ
ଉର୍ଦ୍ଧ୍ବ ପୁରାତନ ଛାତ୍ର ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.