ରେଡିଓ ସ୍ୱାତୀ ଲୋକାର୍ପିତ : ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଂଚାଇବାରେ ରେଡିଓ ସ୍ୱାତୀ ପ୍ରମୂଖ ଭୂମିକା ଗ୍ରହଣ କରିବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବନ୍ଧଗଡ ଠାରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସାତୀ ୯୦.୮ ଲୋକାର୍ପିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ନନ୍ଦିନୀ ମଲ୍ଲିକ ମୂଖ୍ୟ ଅତିଥ୍ ଭାବରେ ଯୋଗ ଦେଇ ରେଡିଓ ସ୍ୱାତୀର ଲୋଗୋ, ଷ୍ଟୁଡିଓ ଓ କାର୍ଯ୍ୟକ୍ରମର ଲୋକାର୍ପିତ କରିଥିଲେ । ଏହି ଅବସରରେ ବକ୍ତବ୍ୟ ଦେଇ ସେ କହିଲେ ଯେ, ସେଚ୍ଛାସେବୀ ସଂସ୍ଥା ସ୍ୱାତୀ କନ୍ଧମାଳର ଉନ୍ନତୀରେ ନିରନ୍ତର ଭାବେ କାମ କରି ଆସୁଛି । ରେଡିଓ ସାତୀ କନ୍ଧମାଳର ଶିକ୍ଷା, ସାସ୍ଥ୍ୟ, ଜୀବନଜୀବିକାର ବିକାଶ କ୍ଷେତ୍ରରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବାରେ ସ୍ୱାତୀ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତିରଂଜନ ରାୟ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସରକାରୀ କଳର କର୍ମଚାରୀ ମାନେ ସରକାରଙ୍କ ଯୋଜନା ସବୁକୁ ଲୋକଙ୍କ ନିକଟରେ ପହଂଚାଇ ପାରୁ ନାହାନ୍ତି । ରେଡିଓ ସାତୀ ଏ ଦିଗରେ ଅଗ୍ରଣୀ ଭୂମିକା ନେଉ ବୋଲି କହିଥିଲେ । ଓଡିଶା ଗୋଷ୍ଠୀ ବେତାର କେନ୍ଦ୍ରର ସଭାପତି ତଥା ଯାଜପୁର ରେଡିଓ ସରାଜର ପ୍ରତିଷ୍ଠାତା, ଗାନ୍ଧୀବାଦୀ ସମାଜସେବୀ ଶେକ୍ ଅବ୍‌ଦୁଲ ସଫିକ୍ ଯୋଗଦେଇ ରେଡିଓ ସ୍ୱାତୀ ଲୋକମାନଙ୍କ ପାଇଁ, ଲୋକାମାନଙ୍କ ଦ୍ୱାରା ଲୋକମାନଙ୍କର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରସାରଣ କଲେ ଲୋକମାନେ ଉପକାର ପାଇ ପାରିବେ । ବିଶେଷ କରି କୁଇ ଭାଷାରେ କିଛି ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସାରଣ କରାଗଲେ ଗାଁରେ ରହୁଥିବା ମହିଳା ଓ ନିରକ୍ଷର ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିବ ବୋଲି କହିଥିଲେ । କାମାକ୍ଷା ନଗର ରେଡିଓ ବସୁଧାର ନିର୍ଦ୍ଦେଶକ ଶିଶିର ଶତପଥ ଯୋଗଦେଇ କନ୍ଧମାଳ ଜିଲ୍ଲାରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ଵାତି ଶିକ୍ଷା, ସାସ୍ଥ୍ୟ ସହିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ବିଦ୍ୟାଳୟ ପଃକ୍ରମ ଆଦି ପ୍ରସାରଣ କରି ଅଂଚଳର ବିକାଶରେ ପ୍ରମୂଖ ଗୁରୁଦାୟିତ୍ଵ ନେବେ ବୋଲି କହିଥିଲେ । ବାଲିଗୁଡା ରେଡିଓ ମହକର ରବିନାରାୟଣ ପଣ୍ଡା ଯେଉଁ ପର୍ଯ୍ୟନ୍ତ ରେଡିଓ ମହକର କାର୍ଯ୍ୟକ୍ରମ ବାଜୁଛି ତାର ପରବର୍ତୀ ଅଂଚଳରୁ ଲୋକମାନେ ବିଭିନ୍ନ ସରକାରୀ ସୂଚନା ପାଇବା ସହିତ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି କହିଥିଲେ । ଆଇନଜୀବି ତଥା ସାମଜସେବୀ ବିଜୟକୃଷ୍ଣ ପଟ୍ଟନାୟକ ସ୍ୱାତୀ କନ୍ଧମାଳର ଉନ୍ନତୀରେ ଯେଉଁ ଭୂମିକା ନେଇ ଆସୁଥିଲା ରେଡିଓ ସ୍ୱାତୀ ତାକୁ ଆଗକୁ ନେବାରେ ସହାୟକ ହୋଇ ପାରିବ ବୋଲି କହିଥିଲେ l ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତ ସାମଲ, ଉଦ୍ୟାନକୃଷିର ଉପନିର୍ଦ୍ଦେଶକ ରମାକାନ୍ତ ଗିରି, ଫିରିଙ୍ଗିଆ ସି.ଡି.ପି.ଓ ହରପ୍ରିୟା ମେହେର, ସ୍ଥାନୀୟ ସରପଂଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧ ଏବଂ ସ୍ଥାନୀୟ ସାମ୍ବାଦିକ ମାନେ ଏହି ଉତ୍ସବରେ ଯୋଗ ଦେଇ ରେଡିଓ ସ୍ୱାତୀର ଉତୋରତର ଉନ୍ନତୀ କାମନା କରିବା ସହ ଗୋଷ୍ଠୀର ଲୋକମାନେ ଏହାର ଦାୟିତ୍ଵ ନେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ସାମ୍ବାଦିକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନିଷ୍ଠିତ କାର୍ଯ୍ୟକ୍ରମରେ ସାତୀର ସଂପାଦକ ଇଂ.ହରିଶଙ୍କର ରାଉତ ଉଦ୍‌ଘାଟନୀ ସଭାରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ରେଡିଓ ସାତୀର ଆମ୍ବାସାଡର ହେବା ସହ କନ୍ଧମାଳର ସର ରେଡିଓ ମାଧ୍ୟମରେ ପହଂଚାଇବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସାତୀର କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ ସାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଧଗଡ ଠାରୁ ୧୫ କିଲୋମିଟର ବ୍ୟାସାଦ୍ଧରେ ୯୦.୮ ମେଗା ହର୍ସ ଯୋଗେ ରେଡିଓ ସ୍ୱାତୀ କାର୍ଯ୍ୟକ୍ରମ କୁ ଜନସାଧାରଣ ରେଡିଓ, ମୋବାଇଲ୍ ଫୋନ୍, ଚାରିଚକିଆ ଗାଡି ଏଫ୍. ଏମ୍ ରେଡିଓ ଶୁଣି ପାରିବେ ବୋଲି ଜଣାଇଥିଲେ ।

nis-ad
Leave A Reply

Your email address will not be published.