ରାଜନଗର,୧୬/୧୨: ଆଗକୁ ଵିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କୃଷକଙ୍କ ନାମନେଇ ଵିଭିନ୍ନ ସଂଗଠନ ମାନ ପରୋକ୍ଷରେ କ୍ଷେତ୍ର ପ୍ରସ୍ତୁତ କରିବାକୁ ଆଗେଇ ଆସି କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣାରେ ପରିଣତ କରୁଛନ୍ତି । ଗତବର୍ଷ କୃଷକଙ୍କର ଫସଲ ନଷ୍ଟ ସାଙ୍ଗକୁ ଅଭାବୀ ଧାନ ବିକ୍ରି, ମଣ୍ଡିରେ ମାସମାସ ଧରି ଗରିବ କ୍ଷେତିଗ୍ରସ୍ତ ଚାଷୀଙ୍କ ଧାନ ପଡି ରହି ଗଜା ହେଉଥୀବା ବେଳେ ସେତେଵେଳେ କେହି ନେତା କିମ୍ବା କୃଷକ ସଙ୍ଗଠନ ଚାଷୀଙ୍କ ଦୁର୍ଦୀନରେ ହାତଵଢାଇ ନଥିବା ସ୍ଥାନୀୟ କୃଷକ ମାନେ ଅଭିଯୋଗ କରିଛନ୍ତି। ଏବେ କୃଷକ ସଂଗଠନ ନାମରେ ରାଜନୀତି ମୈଦାନକୁ ଓହ୍ଲାଉଛି ଆମ୍ ଆଦମୀ ପାର୍ଟି। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତଵର୍ଷ ମହିଁସାସୁର ପଡିଆରେ କୃଷକ ସମାବେଶ କରି ଭାଷଣ ବାଜିରେ କୃଷକଙ୍କର ଯାହା ଉନ୍ନତି ହୋଇଗଲା ତାହା ସ୍ଥାନୀୟ କୃଷକହଁ ଜାଣିଛନ୍ତି।
ସେହିପରି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଚଳିତ ବର୍ଷ ଆମ ଆଦମୀ ପାର୍ଟିର ନେତାଙ୍କ ଦ୍ଵାରା ଜନ୍ମ ନେଇଥିବା ଉତ୍କଳ କୃଷକ ସଂଗଠନ ପକ୍ଷରୁ କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଦନପୁର ପଡିଆ ଠାରୁ ଶତାଧିକ କୃଷକ,ଏହି ସଂଗଠନର ସଭାପତି ଶାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ଵାଇକ୍ ରାଲି ମା ମାଟିଆମଙ୍ଗଳାଙ୍କ ପିଠରେ ଆୟୋଜିତ କୃଷକ ସମାବେଶ ସଭାରେ ଯୋଗ ଦେଇଥିଲେ ।ଉକ୍ତ ସଭାରେ ବରିଷ୍ଠ ଆଇନଜୀବୀ ଜାମିନୀକାନ୍ତ ଭୂୟାଁ ସଭାପତିତ୍ବ କରିଥିବା ସହିତ କୃଷକମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ କୃଷକ ବନ୍ଧୁଙ୍କ ମଧ୍ୟରେ ଏକ ବୈପ୍ଳବିକ ଜାଗରଣ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଶାସନ ନିକଟରେ ଏନେଇ ଏକ ଦାବିପତ୍ର ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ସମାବେଶରେ କୃଷକମାନଙ୍କ ଅସରନ୍ତି ଦୁଃଖ ଦୁର୍ଦ୍ଦଶାକୁ ସମାଧାନ କରିବା ପାଇଁ କୃଷକମାନେ ସଂଗଠିତ ହେବାର ସମୟ ଆସିଛି ବୋଲି ସଭାପତି ଶ୍ରୀ ରାଉତ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାକର ବିଶ୍ବାଳ, ଶୁଭକାନ୍ତ ପାତ୍ର, ସୁଶାନ୍ତ ବେହେରା, ଉମାକାନ୍ତ ରାଉତ, ଆଲୋକ ବେହେରା, ସମ୍ବିତ ପ୍ରଧାନ, ବିଶ୍ୱଜିତ ସାମଲ, ପ୍ରବୀଣ କୁମାର ପାତ୍ର, ରଶ୍ମୀରଞ୍ଜନ ପାତ୍ର, ବିଭୂତିଭୂଷଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।/