ଫୁଲବାଣୀକୁ ରେଳ କଟିବା ନେଇ ସାଂସଦ ଚୁପ୍ ପ୍ରତିବାଦରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଶାଢି, ଚୁଡି ଟିକିଲି ଉପହାର

ଫୁଲବାଣୀ : ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ସର୍ଭେ ସଂସ୍ଥା ଓରିଡିଲ୍ ଶେଷ ପର୍ଯ୍ୟାୟ ସର୍ଭେ ସମୟରେ ଫୁଲବାଣୀକୁ ବାଦ୍ ପକାଇଦେବା ପ୍ରତିବାଦରେ ଆଜି ଫୁଲବାଣୀ ଡ଼ାକଘର ଠାରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଶତାଧିକ ନେତୃତ୍ବ ସାମିଲ ହୋଇ ରେଳ ବିଷୟକୁ ନେଇ ସାରା କନ୍ଧମାଳ ଜିଲ୍ଲାରେ ପ୍ରତିବାଦର ସ୍ବର ଦେଖା ଯାଇଥିବା ବେଳେ ଏଠିକାର ଭୋଟ ପାଇ ସାଂସଦ ହୋଇ ମୁହଁ ଚୁପ୍ ରଖିଥିବାରୁ କ୍ଷୋଭ ପ୍ରକାଶ କରାଯାଇ ସାଂସଦଙ୍କ ଭୁବନେଶ୍ଵର ସ୍ଥିତ ଠିକଣାରେ ସାଢି, ଚୁଡି , ଟିକିଲି ,କଜଳ,ଅଳତା, ଲିଭିଷ୍ଟିକ୍ ପଠାଇ ସାଂସଦ ଏହାକୁ ପିନ୍ଧି ଘରେ ବସି ରୁହନ୍ତୁ ବୋଲି ଶ୍ରୀ କହଁର କହିଛନ୍ତି । ପ୍ରଥମେ ଯେତେବେଳେ ଟୋକନ୍ ଅର୍ଥ ଘୋଷଣା ହୋଇଥିଲା ସେତେବେଳେ ସାଂସଦ ଫୁଲବାଣୀ ଆସି ବିଭିନ୍ନ ସଙ୍ଗଠନ ପକ୍ଷରୁ ଫୁଲମାଳ ପିନ୍ଧାଇ ହୋଇଥିଲେ ଏବେ କାଟି ଦିଆଯାଇଥିବା ବେଳେ କାହିଁକି ପାଟି ଚୁପ୍ କରି ବସିଛନ୍ତି ବୋଲି କୁହାଯାଇଛି । ସୁଚନା ଥାଉକି ପାର୍ଲ୍ୟାମେଣ୍ଟରେ ଏହି ପ୍ରକଳ୍ପ ପାଇଁ ଟୋକନ୍ ରାଶି ଘୋଷଣା ସତ୍ବେ ରାଜ୍ୟ ଅଧିନରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍ ଅନ୍ତିମ ପର୍ଯ୍ୟାୟ ଡିପିଆର୍ ପ୍ରସ୍ତୁତ ବେଳେ ଫୁଲବାଣୀ କାଟି ଦେଇ ଭଞ୍ଜନଗର ଠାରୁ ମାଧପୁର ପାଖାପାଖି ଖୋର୍ଦ୍ଧା ବଲାଙ୍ଗିର ଲାଇନ୍ ରେ ମିଶାଇ ଦିଆଯାଉଛି ଫଳରେ ପ୍ରକଲ୍ପର ମୂଳ ଉଦ୍ଦେଶ୍ୟ ଫୁଲବାଣୀକୁ ରେଳ ସଂଯୋଗ ସ୍ବପ୍ନ ଧୂଳିସାତ ହୋଇଯାଇଛି । ଏହି ବିଷୟକୁ ନେଇ ପୁର୍ବରୁ ଭାରତୀୟ ଜନତା ଯୁବମୋର୍ଚ୍ଚା, ରେଳ କ୍ରିୟାନୁଷ୍ଠାନ କମିଟି ଏବଂ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଅନେକ ଥର ବିଭିନ୍ନ ସ୍ତରରେ ସ୍ବର ଉଠାଯାଇଛି । ଗତ ମାସ ୧୦ ତାରିଖ ଦିନ କନ୍ଧମାଳ ବିକାଶ ପରିଷଦ ଆହ୍ବାନ କ୍ରମେ ସମ୍ପୁର୍ଣ୍ଣ କନ୍ଧମାଳ ଜିଲ୍ଲା ବନ୍ଦ ସଫଳ ହୋଇଥିଲା କିନ୍ତୁ ଆଜି ଯାଏ କୌଣସି ଜନ ପ୍ରତିନିଧି କିମ୍ବା ଓରିଡିଲ୍ ସଂସ୍ଥାର କର୍ମଚାରୀ ମୁହଁ ନ ଖୋଲିବା କନ୍ଧମାଳ ଜିଲ୍ଲା ପ୍ରତି ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଉଛି । ଆଜିର ଏହି ସାଢି ଚୁଡି ପିଠା ଅଭିଯାନରେ ଆବାହକ ଗୋଲୋକ ବିହାରୀ କହଁର ସହିତ ସମ୍ପାଦକ ଜଗନ୍ନାଥ ସାହୁ,ଶିବାଶିଷ ପଣ୍ଡା, ଗୋଲକ ପ୍ରଧାନ, ରତନ ଚୌଧୁରୀ,ଅମରେନ୍ଦ୍ର ବେହେରା,ଭିକି ପ୍ରଧାନ, ଆଶିଷ ନାୟକ,ଗୋପବନ୍ଧୁ ପ୍ରଧାନ,ଉମେଶ ପ୍ରଧାନ, ସହଦେବ ପ୍ରଧାନ,ରାଜୀବ ମଝି,ସୁନିଲ ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ, ଆଶୁତୋଷ ଦାସ, ରାଜବୀର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.