ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ IYDP ତ‌ଥା NUA-ଓ ର ପ୍ଲାଷ୍ଟିକମୁକ୍ତ ଓ ସଫେଇ ଅଭିଯାନ

ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ତରଫରୁ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା
ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକ୍ରମ ଅଧୀନରେ ପ୍ଲାଷ୍ଟିକମୁକ୍ତ ଓ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଥିଲେ l ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ମନୋରଞ୍ଜନ ପତ୍ରୀ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ପ୍ଲାଷ୍ଟିକ ବ୍ୟବହାରର କୁପରିଣାମ ବିଷୟରେ ସଚେତନ କରାଯିବ ସହିତ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ଓ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବାର୍ଭା ଦିଆଯାଇଥିଲା । ଏହି ଅଭିଯାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ରାଲିରେ ଯାଇ ଗ୍ରାମରେ ଲୋକ ମାନଙ୍କୁ ସଚେତନ କରିଥିଲେ । ଛାତ୍ରଛାତ୍ରୀ ମାନେ ରାସ୍ତା ପାର୍ଶ୍ଵ, ବସଷ୍ଟାଣ୍ଡ ଓ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସ୍ଥାନୀୟ ଗ୍ରାମବାସୀ ଓ ଦୋକାନୀ ମାନେ ସହଯୋଗ କରିଥିଲେ l
ଛାତ୍ରଛାତ୍ରୀ ମାନେ ମାର୍କେଟ, ରାସ୍ତା ଘାଟ ଓ ବସଷ୍ଟାଣ୍ଡରେ ପଡିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଆଦି ସଂଗ୍ରହ କରିଥିଲେ । ସମସ୍ତେ ଗ୍ରାମକୁ ପ୍ଲାସ୍ଟ ମୁକ୍ତ ଓ ପରିଷ୍କାର ପରିଛନ ରଖିବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ, ଅଧ୍ୟାପକ ଡଃ ବାବୁଲା ପାଟ୍ଟଜୋଶୀ, ଅଧ୍ଯାପକ ରାମକୃଷ୍ଣ ମହାନ୍ତି, ଶିବରାମ ବେହେରା, ରିନାରାଣୀ ପ୍ରଧାନ, ରୀତାଞ୍ଜଳୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.