ଫୁଲବାଣୀ : ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସର୍ବୋତ୍ତମ ସମନ୍ବୟ ରକ୍ଷା କରିବା ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା ଜିଲ୍ଲାରେ ଜାନୁଆରୀ ୨୦୨୪ ରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କକାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ସ୍ତରୀୟ ଅଗ୍ନି ନିବାରଣ ଏବଂ ପ୍ରଶମନ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଅଗ୍ନି ଅସୁରକ୍ଷିତ ଅଞ୍ଚଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ । ଏହି ଜଙ୍ଗଲ ସେମାନଙ୍କର ଏବଂ ସେମାନେ ଭବିଷ୍ୟତରେ ଏଥିରୁ ଲାଭବାନ ମଧ୍ୟ ହୋଇପାରିବେ ଯଦି ଜଙ୍ଗଲ ରହିଥିବ ବୋଲି ଜିଲ୍ଲାପାଳ କହିଥିଲେ ।
ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ କହିଲେ ଏହି ଜିଲ୍ଲାରେ ଅଧିକାଂଶ ଲୋକ ଗଛ କାଟିବା ଓ ପୋଡ଼ୁ ଚାଷ କରିବା ଦ୍ୱାରା ଜଙ୍ଗଲ ସମ୍ପଦ ହ୍ରାସ ପାଉଛି ତେବେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଗୁଡ଼ିକ ଊଦ୍ୟମରେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ସମ୍ବେଦନଶୀଳ ଅଗ୍ନିକାଣ୍ଡ ପଏଣ୍ଟ କମ୍ ଥିବା ଜଣାପଡ଼ିଛି l ୨୦୨୪ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ପଟେଲ କହିଥିଲେ।
ସେହିପରି ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ୍ ପଣ୍ଡା କହିଲେ, ଚାଷ ପାଇଁ ଗଛ କାଟି ନିଆଁ ଲଗାଇଦେଲେ ସେମାନଙ୍କର ଲାଭ ବଦଳରେ କ୍ଷତି ହେଉଛି ବୋଲି ସେମାନେ ଜାଣିପାରୁ ନାହାଁନ୍ତି । ସେଥିପାଇଁ ଅଗ୍ନି ଅସୁରକ୍ଷିତ ଅଞ୍ଚଳରେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ । ସମ୍ବେଦନଶୀଳ ଅଗ୍ନିକାଣ୍ଡ ପଏଣ୍ଟ, ଗୁଡ଼ିକରେ ବାରମ୍ବାର ବୈଠକ କରି ନିଆଁ ନ ଲଗାଇଲେ ସେମାନଙ୍କର କ’ଣ ସବୁ ଲାଭ ହେବ ସେ ବିଷୟରେ ସ୍ଥାନୀୟ ଲୋକମାନଙ୍କୁ ବୁଝାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ବନବିଭାଗର ଅଧିକାରୀ,ସ୍ଵେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାବେ କାର୍ଯ୍ୟକରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ, ପାହାଡ, ବନବାସୀ ସେବା ସମିତି ଇତ୍ୟାଦିର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତି ମାନେ ସେମାନଙ୍କର ମତ ରଖିବା ସହିତ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ ଯାହା ବନ ବିଭାଗର ଆକ୍ସନ୍ ପ୍ଲାନ୍ରେ ସ୍ଥାନ ପାଇବ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିମାନଙ୍କ ପର୍ଯ୍ୟନ୍ତ ଏବଂ ବନ ବିଭାଗ ସମେତ ପ୍ରତ୍ୟେକ ବିଭାଗ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗଣ ମାଧ୍ୟମ ସମସ୍ତଙ୍କର ସହଯୋଗରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ । ସେ ନିଆଁ ସ୍ବାର୍ଥ ହାସଲ ପାଇଁ ଲାଗିଥାଉ କିମ୍ବା ଖଳ ପ୍ରକୃତିର ଲୋକମାନଙ୍କ ଦ୍ୱାରା ଲଗାଯାଇଥାଉ ତାକୁ ଲିଭାଇବା ପାଇଁ ସମସ୍ତଙ୍କର ମିଶନ ହେଉ ବୋଲି ସମସ୍ତେ ମତ ରଖିଥିଲେ । ଫୁଲବାଣୀ ଫରେଷ୍ଟ ଡିଭିଜନର ସହକାରୀ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ପାଓ୍ବାର ପଏଣ୍ଟ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ, ଜଙ୍ଗଲ ନିଆଁର ପ୍ରଭାବ, କେଉଁ କେଉଁ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ପ୍ରତିବର୍ଷ ନିଆଁ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଜଙ୍ଗଲରେ ନିଆଁ ଲଗାଯାଉଛି ସେଗୁଡ଼ିକର ତାଲିକା, ତା’ର ନିରାକରଣ ଓ ପ୍ରତିରୋଧ ପାଇଁ ବିଭିନ୍ନ ବିଭାଗର ଦାୟିତ୍ବ, ଏବଂ ୨୦୨୪ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରଚେଷ୍ଟା ଉପରେ ସୂଚନା ପ୍ରଦାନ କରିଥିଲେ ।ଉକ୍ତ ବୈଠକରେ, ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡର ଅଧିକାରୀ , ସ୍ଵେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାବେ କାର୍ଯ୍ୟକରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ, ପାହାଡ଼ , ବନବାସୀ ସେବା ସମିତି ଇତ୍ୟାଦିର ମୁଖ୍ୟ କାର୍ଯ୍ୟନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପ୍ରତି ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.