ଏମ୍ ଏସ ପାୱାର ସିଷ୍ଟମ ଦୋକାନରୁ ଚୋରି !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧିନରେ ଥିବା ବ୍ଲକ ରୋଡ ସମ୍ମୁଖରୁ ଗୋଟିଏ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଆଜି ଅଭିଯୋଗ ହୋଇଛି ! ସୂଚନା ଅନୁଯାୟୀ ସୋମବାର ବିଳମ୍ବ ରାତିରେ କେହି ଦୁର୍ବୃତ୍ତ ମାନେ କାନ୍ଥକୁ ଭାଙ୍ଗି ଦୋକାନ ଭିତରକୁ ପଶି ଦୋକାନରେ ଥିବା ୨ ରୁ ୩ କୁଇଣ୍ଟାଳ କପର ତମ୍ବା ତାର ଯାହାର ଅନୁମାନିକ ମୂଲ୍ୟ ୪ ରୁ ୫ ଲକ୍ଷ୍ ଟଙ୍କା ଓ ଦୁଇଟି ପୁରୁଣା ବ୍ୟାଟେରୀ ଚୋରି କରି ନେଇ ଥିବା ଆଜି କୁଆଁରମୁଣ୍ଡା ଫାଣ୍ଡିରେ ଦୋକାନ ମାଲିକ ମହେଶ୍ୱର ସାହୁ ଲିଖିତ ଅଭିଯୋଗ କରିଛନ୍ତି ! ଅଭିଯୋଗକୁ ଆଧାର କରି ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି !

nis-ad
Leave A Reply

Your email address will not be published.