ମୋବାଇଲ ଚୋର ଗିରଫ , ୩ ମୋବାଇଲ ଜବତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଶ୍ରମ ଶକ୍ତି ମହାବିଦ୍ୟାଳୟ ନିକଟରୁ ଚଳିତ ବର୍ଷ ଗତ ଅକ୍ଟୋବର ୯ ତାରିଖ ଦିନ ଜଣେ ଛାତ୍ରୀଙ୍କ ହାତରୁ ଜଣେ ଦୁର୍ବୃତ୍ତ ମୋବାଇଲ ଛଡ଼ାଇ ନେଇଯାଇଥିବାକୁ ନେଇ ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ହେଇଥିଲା ! ଉକ୍ତ ଘଟଣାକୁ ନେଇ ଥାନା ଅଧିକାରୀ ଆଶିଷ କୁମାର ଜେନା ତଦନ୍ତ ଆରମ୍ଭ କରିଥିଲେ ! ପୁଲିସ ବିଭିନ୍ନ ସ୍ଥାନରେ ଚଡ଼ାଉ କରିବା ସହ ଉକ୍ତ ଘଟଣାରେ ସମ୍ପୃକ୍ତ ଦୁର୍ବୃତକୁ ଧରିବାରେ ସଫଳ ହୋଇଛି ! ସୂଚନା ମୁତାବକ ଆଜି ବୀରମିତ୍ରପୁର ଥାନା ଅଧୀନରେ ଥିବା ରତାଖଣ୍ଡି ବିରୁଟୋଲିରୁ ଯୁନାସ କଛୁଆଙ୍କ ପୁଅ ସଞ୍ଜୀବ କଛୁଆ (୨୨) ବର୍ଷ କୁ ପୁଲିସ ଗିରଫ କରିଥିବା ସହ ତିନିଟି ମୋବାଇଲ ତାଆ ଠାରୁ ଜବତ କରିଛି ! ପୁଲିସ ସଞ୍ଜୀବକୁ ଡାକ୍ତର ମୁୟାନା ପରେ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ! ଏବଂ ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ପ୍ରକାଶ !

nis-ad
Leave A Reply

Your email address will not be published.