କାମ କରିବା ଆରମ୍ଭ କଲା ସୋଲାର ମିସନ୍ ଆଦିତ୍ୟ L-1

ବେଙ୍ଗାଲୁରୁ ୩।୧୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ସୋଲାର ମିସନ ଆଦିତ୍ୟ ଏଲ-୧ ନିଜର କାମ କରିବା ଆରମ୍ଭ କରିଦେଇଛି। ଏଥିରେ ଆଦିତ୍ୟ ଏଲ-୧  ସୌର ବାୟୁର ଅବଲୋକନ କରିବା ଆରମ୍ଭ କରିଛି। ଇସ୍ରୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉପଗ୍ରହରେ ମହଜୁଦ ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକ୍ଲ ଏକ୍ସପେରିମେଣ୍ଟ  ପେ ଲୋଡ ନିଜର କାମ କରିବା ଆରମ୍ଭ କରିଦେଇଛି ଓ ଏହା ସ୍ୱଭାବିକ ଭାବେ କାମ କରୁଛି।

ଆଦିତ୍ୟ ଏଲ-୧ର ଏଏସପିଏକ୍ସ ରେ ଦୁଇଟି ଉପକରଣ ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (ସ୍ୱିସ୍)  ଓ ସୁପରଥର୍ମାଲ ଏନର୍ଜେଟିକ୍ ପାର୍ଟିକ୍ଲ ସ୍ପେକ୍ଟ୍ରୋମିଟର ସାମିଲ ରହିଛି। ଇସ୍ରୋ କହିଛନ୍ତି ଯେ ଏହା ୧୦ ସେପ୍ଟେମ୍ବରରୁ କାମ କରିବା ଆରମ୍ଭ କରିଦେଇଥିଲା। ଏଥିରେ ସ୍ୱିସ୍‌ ଉପକରଣ ଶନିବାର ସକ୍ରିୟ ହୋଇଥିଲା ଓ ଏହା ଆଶାନୁରୂପ ପ୍ରଦର୍ଶନ କରୁଛି। ଏ ନେଇ ଇସ୍ରେ ଏକ୍ସରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।  ଯାହା ନୂଆ ପେଲୋଡ ଜରିଆରେ କ୍ୟାପଚର କରାଯାଇଥିବା ପ୍ରୋଟନ ଓ ଆଲଫା କଣିକା ସଂଖ୍ୟାରେ ଶକ୍ତିର ଅନ୍ତରକୁ ଦର୍ଶାଉଛି।

ଉଲ୍ଲେଖଯୋଗ୍ୟ ଯେ ଇସ୍ରୋ ତାଙ୍କର ସୌର ମିସନ ଆଦିତ୍ୟ ଏଲ-୧କୁ ସେପ୍ଟେମ୍ବର ୨ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ପ୍ରେରଣ କରିଥିଲେ। ଏହି ମିସନର ମୁଖ୍ୟ ଉଦ୍ଦେଶ୍ୟ ସୌର କରୋନାର ଭୌତିକି, ଏହାର ତାପତନ୍ତ୍ର, ସୋଲାର ୱିଣ୍ଡର ବେଗ, ସୌର ବାୟୁମଣ୍ଡଳର ସଙ୍ଗଠନ, କରୋନେଲ ମାସ ଇଜେକ୍ସନ (ସିଏମଇ) ଓ ତାପମାନ ଅଧ୍ୟୟନ ଆଦି ଥିଲା। ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ କହିଥିଲେ ଯେ ଆଦିତ୍ୟ ଏଲ-୧ ଏବେ ଏହାର ଚୂଡ଼ାନ୍ତ ପର୍ଯ୍ୟାୟର ପାଖାପାଖି ଓ ଏଲ-୧ ବିନ୍ଦୁରେ ପ୍ରବେଶ ପ୍ରକ୍ରିୟା ୭ ଜାନୁୟାରୀ ୨୦୨୪ରେ ପୁରା ହେବ ବୋଲି ଆଶାପୋଷଣ କରିଥିଲେ।

nis-ad
Leave A Reply

Your email address will not be published.