ଅଧାବାଟରେ ଜଗିରହିଥିଲା ଯମ । କୁହାଯାଏ ମୃତ୍ୟୁ କେତେବେଳେ କାହାକୁ ଆସିବ , ତାହା କେହି କହିପାରିବେ ନାହିଁ । ହଠାତ୍ ଯାଇ ଯାତ୍ରୀବାହୀ ଭ୍ୟାନଟି ଏକ ଟ୍ରକ ପଛରୁ ପିଟି ହୋଇଯାଇଥିଲା । ଫଳରେ ଅକାଳରେ ୮ଜଣଙ୍କର ଜୀବନ ଚାଲିଯାଇଥିଲା । ୧୨ଜଣ ଗୁରୁତର ମଧ୍ୟ ହୋଇଥିଲେ । ସେମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାରିଣୀ ମନ୍ଦିରଠାରୁ ମାତ୍ର ୩ କିମି ପୂର୍ବରୁ ଏହି ଅଘଟଣ ଘଟିଛି। ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର୍ ହେବା ସହ ୮ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ତିନି ଜଣ ମହିଳା ଥିବା ସୂଚନା ମିଳିଛି ।