ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ କ୍ରୀଡାଉତ୍ସବ

ଦେବଗଡ,୩୦ା୧୧, ଓଡିଶା ସରକାରଙ୍କ ନୂଆଁ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗୁରୁବାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କ୍ରୀଡାବିତ ପ୍ରଦୀପ କୁମାର ଅମାନ୍ତ ଓ ମହାବିଦ୍ୟାଳୟ ପରିଚାଳନା କମିଟୀ ସଦସ୍ୟ ନିରଞ୍ଜନ ଦ୍ୱିବେଦୀ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବାଳକ ବିଭାଗ ୧୬୦୦ମିଟର ଦୌଡରେ ସୌଭାଗ୍ୟ ମୁଣ୍ଡା ପ୍ରଥମ, ଜଗନ କୁମାର ସାହୁ ଦ୍ୱିତୀୟ ଏବଂ ଦୀପକ ସାମଲ ତୃତୀୟ ସ୍ତାନ ଅଧିକାର କରିଥିଲେ । ସେହିପର ବାଳିକା ବିଭାଗ ୮୦୦ ମିଟର ଦୌଡରେ ଖୁସି ମୁଣ୍ଡା ପ୍ରଥମ, ପ୍ରଣତି ନାୟକ ଦ୍ୱିତୀୟ ଓ ସୀମା କିସାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତି୍େ‌ାଗିତାକୁ କ୍ରୀଡା ଶିକ୍ଷକ ସୁଧିର କୁମାର ଦାସ,ପଦ୍ମିନୀ ଦାଶ ମହାପାତ୍ର, ପୁଲିନ କୁମାର ସାହୁ ଓ ଦେବେନ୍ଦ୍ର ନାୟକ ପରିଚାଳନା କରିଥିଲେ ।
ନୋଡାଲ ଅଫିସର ଦିଲ୍ଲିପ କୁମାର ବେହେରା, ଅଧ୍ୟାପକ ଦାମୋଦର ନାୟକ, ଅଧ୍ୟାପିକା ଶତରୂପା ମିଶ୍ର ଓ ଅଧ୍ୟାପକ ବିଜକ୍ରମ କୁମାର ଜେନା ଙ୍କ ସମେତ ସମସ୍ତ ।ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.