ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ, ଜଣେ ଗୁରୁତର : ଆକ୍ରମଣକାରୀ ଗିରଫ, ଛୁରୀ ଜବତ…

ହିଞ୍ଜିଳିକାଟ : ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ରାଜନୈତିକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ହେଲେ ପିତଳ ଗ୍ରାମର ଗୋବର୍ଦ୍ଧନ ମଳିକ(୫୨) ଓ ଆହତ ଜଣଙ୍କ ପ୍ରକାଶ ସୁବୁଦ୍ଧି(୫୫) । ଆକ୍ରମଣକାରୀ ପ୍ରକାଶ ସୁବୁଦ୍ଧିଙ୍କୁ ପୁଲିସ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଛୁରୀକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୦୬/୨୩ ଓ ୯୦୭/୨୩ରେ ୨ଟି ପୃଥକ ମାମଲା ରୁଜୁ କରି ଆକ୍ରମଣକାରୀ ପ୍ରକାଶଙ୍କୁ କୋର୍ଟ ଚାଲାଣ କରି ଘଟଣଶର ତଦନ୍ତ ଚଳାଇଥିବା ଥାନା ଏସ.ଆଇ. ତଥା ତଦନ୍ତକାରୀ ଅଧିକାରୀ ସୁନିଳ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ ।
ସୂଚନା ଥାଉକି ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପର ଠାରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ତଥା ସ୍ଥାନୀୟ ଥାନା ପିତଳ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ପ୍ରାକ୍ତନ ସରପଞ୍ଚଙ୍କ ମଧ୍ୟରେ ରାଜନୈତିକ ଶତୃତା ଲାଗି ରହିଛି । ରାଜନୈତିକ ଶତୃତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବହୁ ସମୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟି ଉଭୟ ଗୋଷ୍ଠୀର କିଛି ବ୍ୟକ୍ତି ଗିରଫ ହୋଇ ଜେଲ ହାଜତକୁ ଯାଇଥିବା ନଜିର ରହିଛି । ବୁଧବାର ରାତି ପ୍ରାୟ ସାଢେ ୮ଟାରେ ଗ୍ରାମର ପ୍ରକାଶ ଓ ଗୋବର୍ଦ୍ଧନଙ୍କ ମଧ୍ୟରେ ରାଜନୈତିକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ବଚସା ହୋଇଥିଲା । ଉଭୟଙ୍କ ବଚସା ଚାଲିଥିବା ବେଳେ ଉଭୟ ଗୋଷ୍ଠୀର କିଛି ଲୋକେ ଆସିବାରୁ ଉଭୟଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରକାଶ ଧରିଥିବା ଏକ ଛୁରୀ ସାହାର୍ଯ୍ୟରେ ଗୋବର୍ଦ୍ଧନଙ୍କ ପିଠିକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୋବର୍ଦ୍ଧନ ଗୁରୁତର ଆହତ ହୋଇଥିବା ବେଳେ ଅପର ଗୋଷ୍ଠୀର ଆକ୍ରମଣରେ ପ୍ରକାଶ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଘଟଣା ନେଇ ଗୋବର୍ଦ୍ଧନ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୯୦୬/୨୩ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋବର୍ଦ୍ଧନ, ତାଙ୍କୁ ଆକ୍ରମଣ କରିଥିବା ନେଇ ପ୍ରକାଶ ହିଞ୍ଜିଳି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୯୦୭/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.