ଗୋପାଳପୁର ପଞ୍ଚାୟତରେ ମହାଦୁର୍ନୀତି : ଅଙ୍ଗନୱାଡି ଘର ନଥାଇ ପାଣି ପାଇପ୍ ଓ ସାମଗ୍ରୀ ନାଁରେ ଲକ୍ଷାଧିକ ଟଙ୍କା ହଡପ…!

ରାଜନଗର : ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କର ବିକାଶ ନିମନ୍ତେ ବ୍ଲକ ଓ ପଞ୍ଚାୟତକୁ କୋଟି କୋଟି ଟଙ୍କା ଯୋଗାଉଛନ୍ତି। ହେଲେ ସରକାରିଦଳର ଛାପା ତଳେ ରହି ଲୋକପ୍ରତିନିଧି ଓ ନେତା ଏବଂ ଅଧିକାରୀମାନେ ଜନସାଧାରଣଙ୍କ ବିକାଶ ବଦଳରେ ଵିନାଶ କରିଚାଲୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକକୁ ଆମର ନଵାଗତ ନେତା ତଥା ୫ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକେୟ ପାଣ୍ଡିଆନ ଓ ଆମର ମୁଖ୍ୟ ମନ୍ତ୍ରୀ ସ୍ଥଳପଥରେ ତାଳଚୁଆ ପର୍ଯ୍ୟନ୍ତ ଦେଇଥିବା ଅର୍ଥର କେତେ ବିକାଶ ତାହା ସ୍ବ ଚକ୍ଷୁରେ ଦେଖିପାରିବେ । ମୁଖ୍ୟମନ୍ତ୍ରୀ ଯୋଗାଇଥିବା ଅର୍ଥ କିପରି ବାଟମାରଣ ହୋଇ ବିକାଶ ବଦଳରେ ବିନାଶରେ ପରିଣତ ହୋଇଛି।ଭିକେ ପାଣ୍ଡିଆନଙ୍କୁ କେବଳ 5ଟିରେ କୋଇଲିପୁରୁ ପଞ୍ଚାୟତ ବଡପଲ୍ଲିର ପୁଷ୍କରଣୀ, ହାଇସ୍କୁଲ, ପାର୍କ, ଖେଳପଡିଆ କାର୍ଯ୍ୟ ପ୍ରଶଂସନୀୟ ହୋଇ ରାଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ସ୍ଥାନ ଅଧିକାର କରି ବିଧାୟକଙ୍କ ମର୍ଯ୍ୟାଦା ବଜାଇ ରଖିପାରିଥିଲା, ଯଦି ଏହା ବ୍ୟତୀତ ବ୍ଲକର ଅନ୍ୟ ଯେଉଁଠି ୫ଟି କାର୍ଯ୍ୟ ଦେଖିଥାନ୍ତେ, ସେଠାରେ ପାଣ୍ଡିଆନ ସାର୍ ହୃଦୟଙ୍ଗମ କରିଥାନ୍ତେ ଓଡିଶାର ସବୁଠାରୁ ନିମ୍ନମାନର ୫ଟି କାର୍ଯ୍ୟ ହୋଇ ଅର୍ଥ ହଡପ ହୋଇଛି ରାଜନଗର ଵ୍ଲକରେ। ଏପରି ଦୁର୍ନୀତି ଵାରମ୍ବାର ଦେଖିବାକୁ ମିଳୁଛି ଏହି ବ୍ଲକର ସାନବଡ ଗୋପାଳପୁରୁ ପଞ୍ଚାୟତରେ। କେତେବେଳେ ରାସ୍ତାନକରି ବିଲ୍ ତ କେତେକ ନିମ୍ନମାନର ରାସ୍ତା କରି ପୁଳା ପୁଳା ବିଲ୍ ହଡପ ହେଉଥିବା ଵେଳେ ଦୁର୍ନୀତି ପଞ୍ଚାୟତର ପିଛା ଛାଡୁ ନାହିଁ। ଯାହାକି ଜେଇ ଓ ପଞ୍ଚାୟତ ଅଧିକାରୀ ସ୍ବାଧୀନ ସ୍ବାଇଁ ମିଶି କିଛି କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ଫଲସ୍ ବିଲ୍ କରି ଚଳୁକରିଥିବାରୁ କୋଶାଇଲ ଗ୍ରାମବାସୀଙ୍କ ଅଭିଯୋଗ ପରେ ତଦନ୍ତରେ ଆସିଥିବା ଵିଡିଓ ନିଶାନ ମିଶ୍ର ସତ୍ୟାସତ ଜାଣିବା ପରେ କି ପଦକ୍ଷେପ ଗ୍ରହଣ କରାଯିବ ନାଁ ଦଳୀୟ ଛାପାତଳେ ତଦନ୍ତ ପଥଭ୍ରଷ୍ଟ ହେବ ତାହା ଜାଣିବା ଅପେକ୍ଷାରେ ଗ୍ରାମବାସୀ ଅଛନ୍ତି । ସୂଚନା ଯୋଗ୍ୟ କୋଶାଇଲ ଗ୍ରାମରେ ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡି ଗୃହ ନଥିବାରୁ ଜଣଙ୍କ ଘରେ ଏହି କେନ୍ଦ୍ର ଚାଲୁରହିଛି।

ଅଙ୍ଗନୱାଡି ଗୃହ ନାଁରେ ପିଇବା ପାଣି ପାଇଁ ସ୍କୁଲ ଠାରୁ ପରମାନନ୍ଦ ଘର ପର୍ଯ୍ୟନ୍ତ ୫ମ ଅର୍ଥ କମିଶନ ଯୋଜନାରେ କାଗଜ କଲମରେ ପାଇପ୍ ବିଛାଇ 96.500ଟଙ୍କା ଓ ଅଙ୍ଗନୱାଡି ଘର ନଥାଇ ସୋଲାର, ଏଲିଡି, ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ କାଗଜ କଲମରେ ଦର୍ଶାଇ ୫ମ ଅର୍ଥ କମିଶନ ଯୋଜନାରେ 1.11000ଟଙ୍କା ପିଇଓ ଶ୍ରୀ ସ୍ବାଇଁ ଚଳୁ କରିଥିବା ନେଇ ଵିଡିଙ୍କ ତଦନ୍ତରେ ପିଇଓ ସମ୍ମତି ଜଣାଇଥିଲେ। ହେଲେ କନିଷ୍ଠ ଯନ୍ତ୍ରୀ ଶ୍ରୀରାଜେନ୍ଦ୍ର ପ୍ରସାଦ ମହାନ୍ତି ଫଲସ୍ ଵିଲ୍ କିପରି କଲେ ଏବଂ ଶ୍ରୀ ମହାନ୍ତିଙ୍କର ଏହା ଅଭ୍ୟାସଗତ ଅନୀୟମିତ କାର୍ଯ୍ୟ, ତାହା ଗୁରୁତର ସହ ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ଅଟେ। ଏହି କାରାନାମା ଅର୍ଥ କୁ ଉଠାଣ କରାଯାଇଛି 19.7.023ଓ18.9.023ତାରିଖରେ।, ଏହି ତଦନ୍ତ ସମୟରେ ପିଇଓ ଜେଇ ଓଜିପିଓ ଧର୍ମେନ୍ଦ୍ର କୁମାର ଦାସ ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.