ବାଲି-ମଦ-ଜମି ମାଫିଆ ବର୍ତ୍ତମାନ ର ନୂଆ ସମାଜ ସେବୀ : ଏବେ ଟିକେଟ ପାଇଁ ଗୋଡାଣିଆ .. !


ଭୁବନେଶ୍ୱର : ୨୯-୧୧ ଆଗକୁ ସାଧରଣ ନିର୍ବାଚନ ବିଭିନ୍ନ ସଭା ସମିତି କ୍ରିକେଟ ମ୍ୟାଚ ଆଧ୍ୟାତ୍ମିକ ପରିବେଶ ଭିତରେ ଏବେ ବାଲି- ମଦ-ଜମି ମାଫିଆ ଓ ସମାଜ ସେବୀ ମାନଙ୍କୁ ବେଶି ଦେଖିବାକୁ ମିଳୁଛି। ବାଲି-ମଦ-ଜମି ମାଫିଆ ମାନେ ମୁଠା ମୁଠା ଟଙ୍କାର ମାଲିକ ହେବା ପରେ ଏବେ ସମାଜ ସେବୀ ପାଲଟିଛନ୍ତି। ଏହି ବ୍ୟକ୍ତି ବିଶେଷ ଙ୍କୁ କିଛି ଅର୍ଥ ପାଇଁ ଗୋଡାଣିଆ ହୋଇ ଗୋଦି ମିଡ଼ିଆ ସାର୍ଟିଫିକେଟ ଦେବାକୁ ପଛ ଗୁଞ୍ଛା ଦେବାରେ ଅବହେଳା କରନ୍ତି ନାହିଁ। ଏମାନେ ଏବେ ସମାଜ ସେବୀ ର ଆଖ୍ୟା ମିଳିବା ପରେ ନେତାଙ୍କ ନିକଟ ତର ହୋଇ ବିଭିନ୍ନ ସଭା ସମିତି ରେ ଖାଦ୍ୟପେୟଠାରୁ ଆରମ୍ଭ କରି ସାମିନାଆନା,ଫୁଲତୋଡ଼ା,ସାଜସଜ୍ଜା, ମଞ୍ଚ ଓ ସଭାସ୍ଥଳ କୁ ଲୋକଙ୍କୁ ଆଣିବା ରେ ସମସ୍ତ ଖର୍ଚ୍ଚ ବହନ କରନ୍ତି। ତାପରେ ଗୋଦି ମିଡ଼ିଆ ଏମାନ ଙ୍କୁ ସମାଜ ସେବୀ ବୋଲି ହିରୋ କରିବା ପରେ ଟିକେଟ ଲବି ରେ କଳା ଧନ କୁ ବ୍ୟବହାର କରି ଆଗକୁ ଆସନ୍ତି। ନୂଆ ସମାଜ ସେବୀ ମାନଙ୍କ ସହ ନେତା ମାନେ ସେମାନଙ୍କ ବ୍ୟବସାୟ ରେ ପାର୍ଟନେର ହୋଇ ହାତକୁ ହାତ ମିଶାଇ ଦଳକୁ ଆଗକୁ ନେବା ସହ ସେମାନଙ୍କୁ ଆଗ ଧାଡିରେ ବସିବାର ସୁଯୋଗ ଦିଅନ୍ତି। ଏବେ ନୂଆ ସମାଜ ସେବୀ ମାନେ ମାଳ ମାଳ ହୋଇ ବିଭିନ୍ନ ସଭା ସମିତି ରେ ଯୋଗ ଦେବା ସହ ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ବ୍ୟକ୍ତି ଙ୍କ ନିକଟରେ ଡେରା ପକାଉଥିବା ଦେଖିବା କୁ ମିଳୁଛି। କାଲି ର ଭାଇ ମାନେ ଆଜିର ସମାଜ ସେବୀ ଓ ଦଳର ଆଗ ଧାଡ଼ିର ନେତା ପାଲଟିଛନ୍ତି। ଏବେ କାର ରାଜନୀତି ରେ ଅର୍ଥ ଓ ବାହୁ ବଳର ସେଥି ଯୋଗୁଁ ଏହି ନୂଆ ସମାଜ ସେବୀ ଙ୍କୁ ସୁଯୋଗ ମିଳୁଛି। ମା ତାରାତାରିଣୀ ଙ୍କ ପୀଠ ଦୁଇଦିନ ତଳେ ନୂଆ ସମାଜ ସେବୀଙ୍କ ଆବିର୍ଭାବ ଦେଖିବାକୁ ମିଳିଥିଲା ବୋଲି ଚର୍ଚ୍ଚା ଜୋର ଧରିଛି। ଆଗକୁ ନିର୍ବାଚନ କେଉଁ ଭାଇ କେଉଁ ନୂଆ ସମାଜ ସେବୀ ଭାବେ ଟିକେଟ ହାତାଇ ବାରେ ସଫଳ ହେବେ ବୋଲି ରାଜନୈତିକ ପଣ୍ଡିତ ମାନେ ଅପେକ୍ଷ କରିଛନ୍ତି। ଶାସକ ଦଳ ରେ ମୁଣ୍ଡ ଗୁଞ୍ଜିବା କୁ ଅଧିକ ନୂଆ ସମାଜ ସେବୀଙ୍କ ସଂଖ୍ୟା ଟିକିଏ ଅଧିକ ଅନ୍ୟ ଦଳ ଅପେକ୍ଷା ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.