ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ…

image-3-2

ଖୋର୍ଦ୍ଧା: ପୂର୍ବ ଶତୃତାକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରର ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ରଥିପୁର ପଟ୍ଟନାୟକ ସାହିର ରଶ୍ମି ରଞ୍ଜନ ଦାଶ, ପ୍ରଶାନ୍ତ କୁମାର ଦାସ ଓରଫ ପପୁ ଓ ଅଜୟ ଦାସ ।

ମିଳିଥିବା ସୂଚନାନୂସାରେ, ଗତକାଲି (ସୋମବାର) ସନ୍ଧ୍ୟାରେ ରଥିପୁର ଗ୍ରାମର ବିନୟ କୁମାର ମହାପାତ୍ର ଏବଂ ତାଙ୍କ ପରିବାର ସଦସ୍ୟ ଘରେ ଥିବାବେଳେ, ହଠାତ୍ ତିନି ଜଣ ଯୁବକ ଏବଂ ତାଙ୍କ ସହଯୋଗୀ ଘରର କବାଟ ଜୋରଜବରଦସ୍ତ ଖୋଲି ଭିତରେ ପଶିଥିଲେ । ଏହାପରେ ବିନୟ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବେକକୁ ଚିପିଦେବା ସହିତ ମାଡ଼ ମଧ୍ୟ ମାରିଥିଲେ ।

ଏହି ସମୟରେ ବିନୟଙ୍କ ମହାପାତ୍ରଙ୍କ ପତ୍ନୀ ଏବଂ ତାଙ୍କ ଭାଉଜ ତାଙ୍କୁ ବଞ୍ଚାଇବା ଲାଗି ଆସିଥିବା ବେଳେ, ଅଭିଯୁକ୍ତ ମାନେ ଉଭୟଙ୍କୁ ଟଣାଓଟରା କରିଥିଲେ । କେହି ଯଦି ପାଟି କରନ୍ତି ତାହେଲେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।

ଏହାପରେ ବିନୟ ମହାପାତ୍ର ଜଟଣୀ ଥାନାରେ ଆସି ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ବିଶ୍ଵସ୍ତ ସୂତ୍ରରୁ ଖବରପାଇ ଚଢାଉ ଜରିଆରେ ତିନି ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ । ଏହାପରେ ଗିରିଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.