ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା…!

Cyclone-2-750x430-1

ଭୁବନେଶ୍ୱର:ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଇଲାକାରେ ସୃଷ୍ଟି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇପାରେ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ସୋମବାର ମିଳିଥିବା ସୂଚନା ଅନୁସାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଡିସେମ୍ବର ୧ ତାରିଖ ବେଳକୁ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଲଘୁଚାପ କ୍ଷେତ୍ର  ଦକ୍ଷିଣ ଆଣ୍ଡାମାନ ସମୁଦ୍ରର ମଲାକା ଷ୍ଟ୍ରେଟରେ ସୃଷ୍ଟି ହୋଇଛି ।

ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ନଭେମ୍ବର ୨୯ ତାରିଖରେ ଅବପାତରେ ପରିଣତ ହେବ । ଏହା ପରେ ଉତ୍ତରପଶ୍ଚିମ ଦିଗକୁ ମୁହାଁଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ବୋଲି ଆକଳନ କରାଯାଉଛି ।

ଯଦିଓ ଏହା କେବେ କେଉଁଠି ଲାଣ୍ଡଫଲ କରିବ ସେ ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ ତଥାପି ଏହା ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଡିସେମ୍ବର ୫ ତାରିଖରେ ଅତିକ୍ରମ କରିବ ବୋଲି କୁହାଯାଉଛି । ତେବେ ଏହା ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଅନୁମାନ କରାଯାଉଛି ।

ଯଦି ଏହି ଲଘୁଚାପ ବାତ୍ୟା ରୂପ ନିଏ ତେବେ ଏହାର ନାମ ମିଚୁଆଙ୍ଗ ରହିବ । ଏହି ବାତ୍ୟାର ନାମକରଣ କରିଛି ମ୍ୟାମାଁର  ।

nis-ad
Leave A Reply

Your email address will not be published.