ଗୌତମ ସିଂଘାନିଆ ମୋତେ ବିନା ଖାଦ୍ୟ ଓ ପାଣିରେ ପାହାଚ ଚଢ଼ି ତିରୁପତି ଦର୍ଶନ ଲାଗି ବାଧ୍ୟ କରିଥିଲେ: ନୱାଜ ମୋଦୀ…

Capture-38-750x430

ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପ୍‌ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନୱାଜ୍‌ ମୋଦୀଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ବେଳେ ସଂପ୍ରତି ଏକ ନୂଆ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ମୋଦୀ, ବିନା ଖାଦ୍ୟ ଓ ପାଣିରେ ତିରୁପତି ମନ୍ଦିରର ସିଡି ଚଢ଼ିବାକୁ ସିଂଘାନିଆଙ୍କୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି।

ଏହି ଅଡିଓ କ୍ଲିପ୍‌ରେ ନୱାଜ ମୋଦୀ ଦାବି କରିଛନ୍ତି ଯେ ବିବାହ ପୂର୍ବରୁ ସିଂଘାନିଆ ଆନ୍ଧ୍ରପ୍ରଦେଶର ପାହାଡ଼ିଆ ସହର ତିରୁମାଲାରେ ଥିବା ତିରୁପତି ମନ୍ଦିରକୁ ତାଙ୍କୁ ବିନା ଖାଦ୍ୟ ଓ ପାଣିରେ ଖାଲି ପାଦରେ ଯିବାକୁ ରାଜି ହେଲେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ପରେ ସଂଘାନିଆ ତାଙ୍କୁ ଖାଦ୍ୟ କିମ୍ବା ପାଣି ବିନା ପବିତ୍ର ପାହାଡ଼ ଉପରକୁ ଚଢ଼ିବା ପାଇଁ କଠିନ ଯାତ୍ରା କରିବାକୁ ବାଧ୍ୟ କରିଥିଲେ।

‘ସେ ମୋତେ ସେହି ସବୁ ପାହାଚ ଚଢ଼ିିବାକୁ ବାଧ୍ୟ କରିଥିଲେ। ମୁଁ ଜାଣି ନଥିଲି ଯେ ମୋତେ କେତେ ପାହାଚ ଚଢ଼ିବାକୁ ପଡ଼ିବ! କିନ୍ତୁ, ମୁଁ ବିନା ଖାଦ୍ୟ ଓ ପାଣିରେ ତିରୁପତି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲି। ଯିବାବେଳେ ବାଟରେ ମୁଁ ପାଖାପାଖି ଦୁଇ ତିନି ଥର ଅଚେତ ହୋଇ ଯାଇଥିଲି। ହେଲେ ସେ ଏଥିପ୍ରତି ଧ୍ୟାନ ଦେଉ ନଥିଲେ। ତଥାପି ସେ ମୋତେ ଚାଲିବାକୁ ବାଧ୍ୟ କରିଥିଲେ’, ବୋଲି ଅଡିଓ କ୍ଲିପ୍‌ରେ ସେ କହୁଥିବା ଶୁଣିବାକୁ ମିଳୁଛି।

ଭଗବାନ ଭେଙ୍କଟେଶ୍ୱରଙ୍କ ଭକ୍ତ ଭାବରେ ସିଂଘାନିଆଙ୍କ ବ୍ୟକ୍ତିତ୍ୱର ଏକ ଭିନ୍ନ ଚିତ୍ର ନଓ୍ଵାଜ ମୋଦୀଙ୍କ ଅଭିଯୋଗ ଚିତ୍ରଣ କରୁଛି। ଯାହା ତାଙ୍କର ସାର୍ବଜନୀନ ବ୍ୟକ୍ତିତ୍ୱ ଠାରୁ ଭିନ୍ନ। ପୂର୍ବରୁ ମୁମ୍ବାଇରେ ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ଦାନ ଏବଂ ଟିଟିଡି ଶିକ୍ଷାନୁଷ୍ଠାନ ସହିତ ତାଙ୍କର ସମ୍ପୃକ୍ତି ଦ୍ୱାରା ସିଂଘାନିଆଙ୍କ ନିଜକୁ ତିରୁପତିଙ୍କ ଜଣେ ବଡ଼ ଭକ୍ତ ଭାବେ ଦର୍ଶାଇ ଥାଆନ୍ତି।

ଏହି ଅଡିଓ କ୍ଲିପ୍‌ରେ ନୱାଜ ମୋଦୀ ସିଂଘାନିଆଙ୍କ ଦେବତାଙ୍କ ପ୍ରତି ଭକ୍ତିକୁ ନେଇ କହଛନ୍ତି ଯେ ସେ (ଭଗବାନ ଭେଙ୍କଟେଶ୍ୱରଙ୍କର) ଏତେ ବଡ଼ ଭକ୍ତ ଏବଂ ଅନ୍ୟ କୌଣସି ଭଗବାନଙ୍କର ନୁହେଁ, କାରଣ ସେ ହେଉଛନ୍ତି ଅର୍ଥର ଦେବତା।

ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ସୌଖୀନ୍‌ ଗାଡି ଏବଂ ବିଳାସପୂର୍ଣ୍ଣ ଜଳତରୀ (ୟାଚ୍‌) ପ୍ରତି ଆଗ୍ରହ ପାଇଁ ଜଣାଶୁଣା ରେମଣ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗୌତମ ସିଂଘାନିଆ ବର୍ତ୍ତମାନ ନୱାଜ ମୋଦୀଙ୍କ ସହ ବିବାଦୀୟ ଛାଡପତ୍ରରେ ଫସିଛନ୍ତି। ବିଶେଷ କରି ସିଙ୍ଗାନିଆଙ୍କ ଆନୁମାନିକ ୧୧,୬୫୮ କୋଟି ଟଙ୍କାର ସମ୍ପତ୍ତିର ୭୫ ପ୍ରତିଶତ ପାଇଁ ମୋଦୀଙ୍କ ଦାବି ପରେ ଏହି ଛାଡ଼ପତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

nis-ad
Leave A Reply

Your email address will not be published.