ରାହାସଯାତ୍ରା, ଯୁଗଳ ମୂର୍ତ୍ତିଙ୍କ ସହର ପରିକ୍ରମା…

ଦେବଗଡ଼,୨୫ା୧୧ : ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବାକୁଥିବା ରାହାସ ଯାତ୍ରା ନିମନ୍ତେ ଆୟୋଜକ ଗୋପୀକିଶୋର ଏସୋସିଏସନ୍ ପକ୍ଷରୁ ଭବ୍ୟ ଶୋଭାଯାତ୍ରା ସମେତ ଅଧିବାସ ଅନୁଷ୍ଠିତ ହୋଇଯାଇଛି । ରାଧାକୃଷ୍ନଙ୍କ ଯୁଗଳ ମୂର୍ତ୍ତି ଙ୍କୁ ଦେବଗଡ ପୌରାଂଚଳ ଭିତିରିଆସାହି ସ୍ଥିତ ପୂଜା ମଣ୍ଡପରୁ ଏକ ସୁସଜ୍ଜିତ ଯାନରେ ଅବସ୍ଥାନ କରାଇ ଏସ୍‌ବିଆଇ ଛକ, ବଣିଆଁସାହି, ଶାସନସାହି ଓ ଗୁରୁସାହି ସମେତ ବିଭିନ୍ନ ସାହି ଗଳି ପରିକ୍ରମା କରାଯାଇଥିଲା । ପାରମ୍ପରିକ ସଂର୍କୀର୍ତନ ,ଢୋଲ ମାଦଳ ଓ ସିଂହ ବାଜା ସମେତ ଉତରାଖଣ୍ଡର ପ୍ରସିଦ୍ଧ ଅଘୋରୀ ନୃତ୍ୟ, ଦୁଲଦୁଲୀ, ଡିଜେ ସାଉଣ୍ଡ , ରନିଂ ମେଲୋଡି ଓ କେରଳର ଆକର୍ଷଣୀୟ ଲୋକ ନୃତ୍ୟ ଦଳର ତାଳେତାଳେ ଓ ଡିଜେ ସାଉଣ୍ଡ ରେ ସାହିର ତଥା ସହରର ଯୁବଗୋଷ୍ଠି ଝୁମି ଉଠିଥିଲେ । ଉକ୍ତ ଶୋଭାଯାତ୍ରାରେ ଉତରାଖଣ୍ଡର ପ୍ରସିଦ୍ଧ ଅଘୋରୀ ନୃତ୍ୟ ଓ କେରଳର ଅଭିନବ ଲୋକନୃତ୍ୟ ଦର୍ଶକ ମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ଏବଂ ଉପଭୋଗ୍ୟ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ବ୍ୟବସ୍ଥା କରାଯାଇଥିଲା । ରାତ୍ରୀରେ ଉକ୍ତ ଶୋଭାଯାତ୍ରା ପୂଜା ମଣ୍ଡପରେ ପହଂଚିବା ପରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତୀକୁ ସ୍ଥାପନା କରାଯିବା ସହ ଅଧିବାସ ସମ୍ପନ୍ନ ହୋଇଥିଲା । ଏହି ଶୋଭାଯାତ୍ରାରେ ଏସୋସିଏସନର ଉପଦେଷ୍ଟା ବିରେନ କୁମାର ନାୟକ, ସଭାପତି ବିବେକାନନ୍ଦ ଦାସ, ଉପସଭାପତି ସୁଶାନ୍ତ କୁମାର ନାୟକ, ସମ୍ପାଦକ ବିକାଶ ନାୟକ, ସହ ସମ୍ପାଦକ ବାଦଲ ଦାସ, କୋଷାଧ୍ୟକ୍ଷ ସିକୁନ ନାୟକ, ସାଂସ୍କୃତିକ ସମ୍ପାଦକ ପ୍ରଭାତ କୁମାର ସାହୁ , ସହ ସାଂସ୍କୃତିକ ସମ୍ପାଦକ ମୋହନ ଦେହୁରୀ, ପୂଜା ମଣ୍ଡପ ସମ୍ପାଦକ ଅହିଂସା ନାୟକ ଓ ସଂକୀର୍ତନ ସମ୍ପାଦକ ଲିଟନ ନାୟକ, କାର୍ଯ୍ୟକାରୀ କମିଟୀ ସଦସ୍ୟ ଭାବେ ବିରେନ କୁମାର ନାୟକ, କିଶୋର କୁମାର ଦାସ, ସୁବାସ ଚନ୍ଦ୍ର ଭୋଇ, ଉଦୀପ୍ତ ନାୟକ ଓ ଅଜିତ ମୋଦି, ସମ୍ଭୁନାଥ ଗୋଏଲ, ଗୋକୁଳ ଚନ୍ଦ୍ର ଦାସ ଓ ବ୍ରହ୍ମାନନ୍ଦ ଅଗ୍ରୱାଲାଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

nis-ad
Leave A Reply

Your email address will not be published.