କନ୍ଦା ଜାତୀୟ ଦ୍ରବ୍ୟର ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଫୁଲବାଣୀ : ସ୍ବେଚ୍ଛାସବୀ ଅନୁଷ୍ଠାନ ସ୍ଵାତି , ସମନ୍ବିତ କୃଷି ଓ ରାଇକିଆ ମିଲେଟ୍ ମିଶନ୍ ର ମିଳିତ ଉଦ୍ୟମ ରେ ପେଟାପାଙ୍ଗା ଗ୍ରାମ ପଂଚାୟତ ଠାରେ ୦୫ ଗୋଟି ସୟଂସହାୟକ ଦଳ ର ୫୦ ଜଣ ମହିଳାଙ୍କୁ ନେଇ କନ୍ଦା ଜାତୀୟ ଦ୍ରବ୍ୟର ପ୍ରକ୍ରୀୟାକରଣ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ର ସୁଭାରମ୍ଭ ହୋଇଯାଇଛି । କିଟ୍ ଅନୁଷ୍ଠାନ ଭୁବନେଶ୍ବର ରୁ ତାଲିମ ଦାତା ଭାବେ ସମ୍ବଳ ବୈଜ୍ଞାନିକ ଡାକ୍ତର ଉମେଶ ଚନ୍ଦ୍ର ଦାଶ ଓ ପ୍ରକଳ୍ପ ସହଯୋଗି ସୌମ୍ୟରଞ୍ଜନ ମହାନ୍ତି, ସରିତ ବିଶ୍ବାଳ ଓ ପୁର୍ଣ୍ଣିମା ଭାରତୀ ମହାପାତ୍ର ଯୋଗ ଦେଇ ଗ୍ରାମାଂଚଳ ରେ ଉପଲବ୍ଧ ଶିମିଳି କନ୍ଦା, ସାକର କନ୍ଦା, କାଠ କନ୍ଦା ଇତ୍ୟାଦି କୁ କିପରି ପ୍ରକ୍ରୀୟାକରଣ କରି ସେଥିରୁ ସୁଶ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଭଲ ଦୁଇପଇଶା ରୋଜଗାର କରିହେବ ତାଉପରେ ପ୍ରତ୍ୟକ୍ଷ ଭାବେ ଚିୟୁ, ସେଉ, ଗାଣ୍ଠିଆ , ଦାନ୍ତଖିଲି ଓ ଯାମ୍ ଇତ୍ୟାଦି ତିଆରି କରି ଦେଖାଇବା ସହ ମା, ମାନଙ୍କୁ ସିଖାଇଥିଲେ । ଅନୁଷ୍ଠାନର ସମ୍ପାଦକ ଇଂ. ହରି ଶଙ୍କର ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ରୋଜଗାର ଭିତିକ ତାଲିମ୍ ଟି ନିଶ୍ଚିତ ଭାବେ ମହିଳା ମାନଙ୍କୁ ରୋଜଗାର ଦେବା ସହ ଆର୍ଥିକ ସୁଧାର ଆଣିପାରିବ ବୋଲି ମତବ୍ୟକ୍ତ କରିବା ସହ ଆଗାମି ଦିନରେ ଆହୁରି ମଧ୍ୟ ଓଡିଙ୍ଗିଆ ଫଚାୟତ ର ସୟଂସହାୟକ ଦଳର ମହିଳାଙ୍କୁ ତାଲିମଦିଆଯିବ ବୋଲି କହିଥିଲେ । ଆହୁରି ମଧ୍ୟ ସେ ଏହି କିଟ୍ ଅନୁଷ୍ଠାନ ତାଲିମ ପରେ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇଦେବାର ବ୍ୟବସ୍ଥା ଅଛି ବୋଲି ସୂଚନା ଦେଇଥିଲେ । ପୁର୍ନମାତ୍ରା ରେ ଏହାକୁ ବ୍ୟବଶାୟିକ ଆଡକୁ ନେବାକୁ ହେଲେ କନ୍ଦା ଗୁଡିକର ଅମଳ ବଢାଇବା ଆବଶ୍ୟକ ବୋଲି ଅନୁଷ୍ଠାନର ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ କହିବ। ସହ ଆବଶ୍ୟକ ଅନୁଶାରେ ପୁର୍ନବାର ଏହି ପ୍ରକ୍ରିୟାକରଣ ତାଲିମ ଭୁବନେଶ୍ବର ସ୍ଥିତ ସି,ଟି.ସି.ଆର,ଆଇ. ଠାରେ ଆୟୋଜିତ କରିବାକୁ ମଧ୍ୟ ଯୋଜନା କରାଯାଇଛି ବୋଲି ସୂଚନା
ଦେଇଥିଲେ । ଏହିଭଳି ସ୍ବାଗତ ଯୋଗ୍ୟ ପଦକ୍ଷେପ କୁ ସାଧାରଣ ରେ ପ୍ରସଂଶା କରାଯିବା ସହ ଏହା ଆଗାମି ଦିନ ମାନଙ୍କରେ ପାରିବାରିକ ଶୁଖ ଶାନ୍ତି ଆଣି ପାରିବ ବୋଲି କାର୍ଯ୍ୟକ୍ରମରେ ଧନ୍ୟବାଦ ଦେବା ଛଳରେ ଅନୁଷ୍ଠାନର କର୍ମୀ ବିଶ୍ବରଞ୍ଜନ ଦଳବେହେରା କହିଥିଲେ ।

nis-ad
Leave A Reply

Your email address will not be published.