କନ୍ଧମାଳ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ୍ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ୍ରୀଡା ସଂସଦର ଆୟୋଜନରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଏହାର ଫାଇନାଲ ପ୍ରତିଯୋଗୀତାରେ ଫୁଲବାଣୀର ଜେଡି କ୍ଳବ ସହିତ ମୁକାବିଲାରେ ଟାଇ ବ୍ରେକର ଜରିଆରେ ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିଅନ ହୋଇଛି । ଗତ ୮ ତାରିଖରେ ଫୁଲବାଣୀ କରୋନେସନ ପଡିଆରେ ଏହି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମକୁ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଉଦ୍ଘାଟନ କରିଥିଲେ । ପ୍ରତିଯୋଗୀତାରେ ଜିଲ୍ଲାର ଘୁ.ଉଦୟଗିରି,ଫିରିଙ୍ଗିଆ,ରାଇକିଆ,ବୁଡାଦାନି ଏବଂ ଫୁଲବାଣୀର ନେତାଜୀ କ୍ଳବ,ପେଞ୍ଜିସାହି,ଡାମିଗାଁ ଆଦି ସମେତ ସମୁଦାୟ ୧୬ଟି ଫୁଟବାଲ ଦଳ ଭାଗ ନେଇଥିଲେ । ସେମି ଫାଇନାଲରେ ଫୁଟବଲ ଆସୋସିଏସନ ଏବଂ ଜେଡିକ୍ଳବ ମଧ୍ୟରେ ଏବଂ ଅନ୍ୟଟି ସ୍ପୋର୍ଟ୍ସ ହଷ୍ଟେଲ ଓ ଫିରିଙ୍ଗିଆ ମଧ୍ୟରେ ହୋଇଥିଲା ।

ସେମାନଙ୍କ ମଧ୍ୟରୁ ସ୍ପୋର୍ଟ୍ସ ହଷ୍ଟେଲ ଏବଂ ଜେଡି କ୍ଳବ ଫାଇନାଲ ରେ ପହଂଚିଥିଲେ । ଆଜି ସେମାନଙ୍କ ମଧ୍ୟରେ ଉଦଯାପନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପୁର୍ଣ୍ଣ ଖେଳରେ କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ଶେଷରେ ରେଫରି ଟାଇବ୍ରେକର ଜରିଆରେ ଖେଳର ନିର୍ଣ୍ଣୟ ନେଇଥିଲେ ଏଥିରେ ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିଅନ ହୋଇଛି ଏବଂ ଜେ ଡି କ୍ଳବ ରନର୍ସ ହୋଇଛି । ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ବିଜୟ କୁମାର ନାୟକ ଯୋଗ ଦେଇ ବିଜେତା ଏବଂ ପ୍ରତୀଯୋଗିତାର ରନର୍ସ ହୋଇଥିବା ଦଳକୁ ଟ୍ରଫି ଏବଂ ଅର୍ଥରାଶି ପ୍ରଦାନ କରିଥିଲେ । ଚମ୍ପିଅନ ଦଳକୁ ୧୫ ହଜାର ଟଙ୍କା ନଗଦ ରାଶି ଏବଂ ରନର୍ସର୍ ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ରାଶି ପୁରସ୍କାର ରୁପେ ପ୍ରଦାନ କରାଯାଇଥିଲା ଏହି ଅବସରରେ ପ୍ରଥମେ ଫୁଲବାଣୀର ବରିଷ୍ଠ ଫୁଟବଲ ଖେଳାଳି ତଥା ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବସନ୍ତ କୁମାର ବେହେରାଙ୍କୁ ତାଙ୍କର ଦିର୍ଘ ଜୀବନର ଖେଳ ପ୍ରତି ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅର୍ଥରାଶିକୁ ସ୍ଥାନୀୟ ବିପିଆଇଟିର ହୃଦୟ ରଞ୍ଜନ ବେହେରା ପ୍ରଦାନ କରିଥିଲେ । ଏହି ଦିନମାନଙ୍କରେ ଜିଲ୍ଲା କ୍ରିଡା ସଂସଦର ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ସଂସଦର ସଦସ୍ୟ ମାନଙ୍କ ମଧ୍ୟରୁ ପ୍ରତାପ କୁମାରପାତ୍ର,ଗୌରୀଶଙ୍କର ବେହେରା,ସନ୍ତୋଷ କୁମାର ମିଶ୍ର ହେମନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ତଥା ଫୁଟବଲ ଖେଳାଳି ଦେବେନ୍ଦ୍ର କହଁର,ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଦିନ ମାନଙ୍କରେ ପ୍ରତିଯୋଗୀତାର ରେଫରୀ ଭାବରେ ଶଙ୍କର ବେହେରା,ସରୋଜ କୁମାର ମୁନୀ,ସୂନୀଲ କୁମାର ବେହେରା,ଉଦୟଶଙ୍କର କହଁର,ଜଗନ୍ନାଥ କହଁର, କାମାକ୍ଷାପ୍ରସାଦ ପ୍ରଧାନ, ନସିବ ପ୍ରଧାନ,ସ୍ୱପ୍ନେଶ୍ୱର କହଁର,ରାକେଶ କୋଠ ଦଳେଇ,ମିଲନ ବିଷୋଇ, ଶମ୍ଭୁପ୍ରସାଦ ପ୍ରଧାନ, ପ୍ରିୟବ୍ରତ ତ୍ରିପାଠୀ ଏବଂ ସତ୍ୟାନାରୟଣ ମୁଖୀ ପ୍ରମୁଖ ରେଫରୀ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ ।

nis-ad
Leave A Reply

Your email address will not be published.