ସଂକୁଳ କ୍ରୀଡାରେ ତୁମୁଡବନ୍ଧ ସରସ୍ବତୀ ଶିଶୁ ବିଦ୍ୟାର ସଫଳତା

ଫୁଲବାଣୀ : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି l ବାଲିଗୁଡା, ରାଇକିଆ, ତୁମୁଡିବନ୍ଧ, ଦାରିଙ୍ଗବାଡି ଓ ସାରଙ୍ଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରକୁ ନେଇ ଏହି ସଂକୁଳରେ 76 ଜଣ ଶିଶୁ ଭାଇ ଭଉଣୀ ଏଥିରେ ଭାଗ ନେଇଥିଲେ l ଉଦଘାଟନ ଉତ୍ସବରେ ବାଲିଗୁଡା ର ସମ୍ମାନନୀୟ ଡ଼ି ଏସ ପି ଯୋଗଦେଇ ଥିଲା ବେଳେ ସମାରୋପ ଉତ୍ସବରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମାନନୀୟ ଶାଖା ପରିଚାଳକ ଓ ଅବସରପ୍ରାପ୍ତ ଏ ବି ଓ ରବିନାରାୟଣ ମିଶ୍ର ଯୋଗଦେଇଥିଲେ l ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ମାନସ ରଞ୍ଜନ ପଣ୍ଡା, ଉପଦେଷ୍ଟା ଅନନ୍ତ ମିଶ୍ର, ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇ, ସଂକୁଳ ସଂଯୋଜକ ପୂର୍ଣଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେତୁମୁଡିବନ୍ଧ ସ ସି ବି ମର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ମଞ୍ଚ ସଂଯୋଜନା କରିଥିଲେ |

ସଂକୁଳ ଶାରୀରିକ ପ୍ରମୁଖ ଆଦିତ୍ୟ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରର ଯୋଗଦେଇଥିବା ସମସ୍ତ ଶିଶୁ କୃତକାର୍ଯ୍ୟ ହୋଇଛନ୍ତି l ଓମ ପ୍ରସାଦ ପାତ୍ର ଗୋଲାଫିଙ୍ଗାରେ ପ୍ରଥମ, ଶହେ ମିଟର ଦୌଡ଼ ରେ ଦ୍ଵିତୀୟ, ଉଚ୍ଚ ଡିଆଁ ରେ ତ୍ଵିତୀୟ, ରିଲେ ରେସ ରେ ଦ୍ଵିତୀୟ, ସାଇସ୍ମୃତି ପାତ୍ର ରିଲେ ରେସ ରେ ଦ୍ଵିତୀୟ, ଉଚ୍ଚ ଡିଆଁ ଦ୍ଵିତୀୟ,400ମିଟର ଦୌଡ଼ ରେ ଦ୍ଵିତୀୟ, ନନ୍ଦିନୀ ଦୀକ୍ଷିତ 200 ମି. ରେ ଦ୍ଵିତୀୟ, ରିଲେ ଦ୍ଵିତୀୟ,100ମି ରେ ତୃତୀୟ, ଅଙ୍କିତା ଦେଶୀ ନାୟକ ଲମ୍ବ ଡିଆଁ ପ୍ରଥମ , ଗୋଳା ପିଙ୍ଗା ଦ୍ଵିତୀୟ, ରିଲେ ରେସ ଦ୍ଵିତୀୟ, ଶୁଭ୍ରାଂଶୁ ଶେଖର ନାୟକ ଲମ୍ବ ଡିଆଁ ରେ ପ୍ରଥମ, 200 ମିଟର ଦୌଡ଼ ଦ୍ଵିତୀୟ, ରିଲେ ରେସ ଦ୍ଵିତୀୟ, ତୁଷାର କାନ୍ତ ନାୟକ 400 ମି ରେ ତୃତୀୟ, ରିଲେ ରେସ ଦ୍ଵିତୀୟ, ଗଗନ ସାହୁ ରିଲେ ଦ୍ଵିତୀୟ, ଅଙ୍କିତା ପରାସେଟ ରିଲେ ରେସ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ l ବିଦ୍ୟାଳୟର ଏହି ସାମଗ୍ରିକ ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ, ସମ୍ପାଦକ ହୀରାଲାଲ ପ୍ରଧାନ, ସଭାପତି ପୁରୁଷୋତ୍ତମ ଲେଙ୍କା, ଉପସଭାପତି ପ୍ରସନ୍ନ ସାହୁ, କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ,ସହ- ସମ୍ପାଦକ ମୁରଲୀଧର ମହାପାତ୍ର, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ,ରାମକୃଷ୍ଣ ପାଢ଼ୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

nis-ad
Leave A Reply

Your email address will not be published.