ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ସମାଜ ସେବା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୫/୧୧, ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଡିଗ୍ରୀ କଲେଜରେ ସମାଜ ସେବା କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ସ୍ଵଛ ଭାରତ, ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ, ବୃକ୍ଷ ରୋପଣ କରି ପ୍ରଦୂଷଣ ମୁକ୍ତ ସୁସ୍ଥ ଜୀବନ ଯାପନ କରିବାପାଇଁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମହା ବିଦ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଡାକ ବାଜି ଯନ୍ତ୍ର ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବାକୁ ସଚେତନ ବାର୍ତ୍ତା ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଫିସର ଉପେନ୍ଦ୍ର କୁମାର ଛଟେଇ, ଇତିହାସ ଅଧ୍ୟାପକ ଅକ୍ଷୟ ବେହରଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

nis-ad
Leave A Reply

Your email address will not be published.