ନିଃସର୍ତ୍ତ କଥା ପୁଣି ସତ ହେଲା : ବାଲି ମାଫିଆ ସକ୍ରିୟ ନକଲି ୱାଇ-ଫର୍ମ ର ଖେଳ ଆରମ୍ଭ…!
ବଡ଼ ମାଛ ଏବେ ଜେଲରେ ସାନ ମାଛ ମାନେ ପଡ଼ିବେ କେବେ..?
ଭୁବନେଶ୍ବର : ୨୪-୧୧ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ ଜେଲରେ ତାର ସହଯୋଗୀ ପୁଣି ସକ୍ରିୟ ପୁଣି ଆରମ୍ଭ ହେଲା ଚୋରା ବାଲି ବେପାର ପୋଲିସ ହାବୁଡ଼ରେ ପଡ଼ିଲେ। ଦୀର୍ଘ ତିରିଶ ବର୍ଷ ଧରି ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଚାଲିଥିଲା ଚୋରା ବାଲି ବ୍ୟବସାୟ। ଦୀର୍ଘ ଦିନ ର ବ୍ୟବଧାନ ପରେ ଗତ ନଭେମ୍ବର ମାସ ୧୪ ତାରିଖ ରେ କୋଦଳା ପୋଲିସ ହାବୁଡ଼ରେ ପଡ଼ିଥିଲା ଚୋରା ବାଲି ସମ୍ରାଟ ର ସାମ୍ରାଜ୍ୟ ର କଳା କାରନାମା। ଏହା ପରେ ନକଲି ୱାଇ-ଫର୍ମ ରେ ଚୋରି ବାଲି ଗୁମର ଧିରେ ଧିରେ ଖୋଲିବାକୁ ଲାଗିଲା। ଖୋଦ ଗଞ୍ଜାମ ଜିଲ୍ଲା ଏସ.ପି ଜଗମୋହନ ମିନା ଚୋରା ବାଲି ମାଫିଆ କୃପାସିନ୍ଧୁ ମୁଦୁଲି କୁ ପ୍ରଥମେ ଗିରଫ ତା ପରେ ରିମାଇଣ୍ଡ ରେ ଆଣି ମାରାଥନ ଜେରା କରିଥିଲେ। ଚୋରା ବାଲି ସମ୍ରାଟକୁ ଗିରଫ ପରେ ତାର କାରନାମା ର ଗୁମର ଧିରେ ଧିରେ ଖୋଲିବା ଫଳରେ ତାର ପୋଷା ମେଣ୍ଢା ମାନେ ଆତ୍ମ ଗୋପନ କରିଥିଲେ। ଏବେ ସମ୍ରାଟ ନାମରେ ବିଭିନ୍ନ ଥାନା ରେ ମାମଲା ରୁଜୁ ହେବା ପରେ ଜାମିନ ନ ମିଳିବାରୁ ସେ ଏବେ ଜେଲ ରେ ଜେଲଥାଇ ତା ନିର୍ଦ୍ଧେଶ ରେ ପୁଣି ବାଲି ମାଫିଆ ମାନେ ଚୋରା ବାଲି ବ୍ୟବସାୟ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେବା ପରେ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ବ୍ରହ୍ମପୁର ସଦର ପୋଲିସ ହାତରେ ଗୁରୁବାର ଦିନ ସକାଳେ ୱାଇ-ଫର୍ମ ରେ ଏକାଧିକବାର ଚୋରାବାଲି ଚାଲାଣ ପ୍ରଥମେ ଧରା ପଡିଥିଲା।ଏହି ଘଟଣା ରେ ଦୁଇଟି ଗାଡିକୁ ଅଟକରଖି ତଦନ୍ତ ଚାଲିଥିଲା। ପୁଣି ବଡ଼ ବଜାର ଥାନା ପୋଲିସ ଫାଷ୍ଟଗେଟ ଛକ ରୁ ଦୁଇଟି ଗାଡିକୁ ଅଟକ ରଖିଥିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଯଦି ଏହି ଚୋରା ବାଲି ବ୍ୟବସାୟ ଚାଲିଥିଲା ତାହା ହେଲେ ଜିଲ୍ଲା ମୁଖିଆ ଙ୍କ ସମେତ ସେହି ଅଞ୍ଚଳ ର ତହସିଲଦାର ମାନଙ୍କ ଆଶୀର୍ବାଦ ଥିଲା କି ? ବୋଲି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହେଇଛି। ଜେଲ ଏବେ ମାଫିଆ ମାନଙ୍କ “ହୋଲିଡେ ହୋମ” ପାଲଟିଛି, ବୋଲି ଏହି ୱାଇ-ଫର୍ମ ରେ ଏକାଧିକବାର ଚୋରା ବାଲି ଚାଲାଣ ଧରାପଡ଼ିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମ୍ରାଟ ଜେଲ ରେ ଥିବା, ବ୍ୟବସାୟ ପୁଣି ଆରମ୍ଭ ହେବା ଯୋଗୁଁ ସମ୍ରାଟ କୁ ଯେଉଁ ଅଦୃଶ୍ୟ ଶକ୍ତି ସାହାଯ୍ୟ କରୁଥିଲେ ସେମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ହେବା ପ୍ରତି ସନ୍ଦେହ ହେଉଥିବା ନେଇ ବୁଦ୍ଧିଜୀବି ଙ୍କ ମଧ୍ୟରେ ଆଲୋଚନା ହେଉଛି। ଦୀର୍ଘ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାରୁ ଏଭଳି ଲଘୁ ଖଣିଜ ସମ୍ପଦ ବେଧଡକ ଲୁଟ ଚାଲି ଆସୁଥିବାବେଳେ ଆଉ କେବେ ସରକାରଙ୍କ ଦୃଷ୍ଟି ପଡ଼ିବ ତାହା ଜନସାଧାରଣ ରେ ପ୍ରଶ୍ନ ?