ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା…

ଦାରିଙ୍ଗବାଡ଼ି,୨୩/୧୧ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ଟି ଉଚ୍ଚ ବିଦ୍ୟାଳୟ,୩୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୬ଟି ପ୍ରାଥମିକ ବିଦ୍ୟାଳୟର ୯୮ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ। ବିଜ୍ଞାନରେ ୫୫ଟି, ଗଣିତରେ ୮ଟି ଓ ପରିବେଶରେ ୩୫ଟି ପ୍ରକଳ୍ପ ୧୨୫ଜଣ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ମେଳାକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସି ଗୋକୁଳ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ଏବିଇଓ ଉପେନ୍ଦ୍ର ଉତ୍ତରକବାଟ ଓ ବନମାଳୀ ମାଝୀ ଯୋଗଦେଇ ଉଦଘାଟନ କରିଥିଲେ । ଉଦଯାପନି ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସୁଶାନ୍ତ କୁମାର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର , ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ, ଏବିଇଓ ତଥା ବିଆରସି ଗୋକୁଳ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ ହୋଇଥିବା ପ୍ରକଳ୍ପ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ । ବିଚାରକ ଭାବେ ଲଣ୍ଡାଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ବେହେରା ଓ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସୁଦାମ କୁମାର ସ୍ୱାଇଁ ଉପସ୍ଥିତ ହୋଇ ଚୟନ କରିଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ବନ୍ଧୁରାଜ୍ ଉଠାଣ ସିଂ,କହିନ ପ୍ରଧାନ, ରମାକାନ୍ତ ଦିଗାଳ, ସନିଆ ପ୍ରଧାନ, ଅର୍ଜୁନ ପ୍ରଧାନ, ହରିଶଙ୍କର ପ୍ରଧାନ, ଜୟଦେବ ସାହୁ,ଅନିରୁଦ୍ଧ ବାଗଙ୍କ ନେତୃତ୍ୱରେ ସମସ୍ତ ସିଆରସିସି ,ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପରିଚାଳିତ ହୋଇଥିଲା ।

nis-ad
Leave A Reply

Your email address will not be published.