ଦୁବାଇ ଗସ୍ତରେ ମିଶନଶକ୍ତି ମହିଳା…

6fc5024b-0101-41fc-8392-03ec5f61188b-750x430

ଭୁବନେଶ୍ଵର: ଓଡ଼ିଶାର ପରିବର୍ତ୍ତନ  ସ୍ବରର ଏକ ପ୍ରମୁଖ ଦିଗ ହେଲା ମହିଳା ସଶକ୍ତିକରଣ ।  ଓଡ଼ିଶାର ସାମାଜିକ  ଓ ଆଞ୍ଚଳିକ ରୂପାନ୍ତରଣରେ ମହିଳାମାନଙ୍କ ଭୂମିକାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ମହିଳା କେନ୍ଦ୍ରୀୟ ନୀତି ଓ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଆସିଛନ୍ତି । ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଏବଂ ଦକ୍ଷତା ମାଧ୍ୟମରେ ସଶକ୍ତ କରିବା ସହ ଜୀବିକାକୁ ପ୍ରୋତ୍ସାହନ ଓ ଅନନ୍ୟ ସରକାରୀ ଅଭିନବ କାର୍ଯ୍ୟଶୈଳୀ ମାଧ୍ୟମରେ ବିଭିନ୍ନ ସୁଯୋଗ ସୃଷ୍ଟି କରାଯାଉଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ  ଦିଗଦର୍ଶନରେ ମହିଳା ସଶକ୍ତିକରଣରେ ଆଉ ଏକ ପାଦ ଆଗେଇ ସ୍ବୟଂ ସହାୟକ ଗୋଷ୍ଠୀ କୁ ମହିଳା ଉଦ୍ୟୋଗରେ  (SHG ରୁ SME) ପରିଣିତ କରାଯାଇଛି ।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆନୁକୁଲ୍ୟରେ ମିଶନ ଶକ୍ତିର ସଫଳତାକୁ ପ୍ରଦର୍ଶିତ କରିବା ଏବଂ ଏହାର ଉଦ୍ୟୋଗୀମାନଙ୍କୁ ବିଶ୍ଵସ୍ତରରେ ପରିଚୟ ଦେବା ପ୍ରୟାସରେ ଓଡ଼ିଶା ସରକାର ସ୍ବୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗୀମାନଙ୍କୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ଯୋଗାଇ ଦେଇଛନ୍ତି ।  ଚଳିତ ମାସ ୧୫ ତାରିଖରେ, ରାଜ୍ୟର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ୩୬ ଡିଏଲ୍ଏଫ୍ ଓ ବିଏଲ୍ଏଫ୍ ଉଦ୍ୟୋଗୀ ମାନଙ୍କୁ ଭୁବନେଶ୍ବରସ୍ଥିତ ମିଶନ ଶକ୍ତି ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ମିଶନ ଶକ୍ତି ଭବନରେ ଏହି ପ୍ରତିନିଧିମଣ୍ଡଳୀଙ୍କୁ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା. ଆର କାର୍ତ୍ତିକେୟନ୍ ସ୍ଵାଗତ ଜଣେଇଥିଲେ ।

ମିଶନ ଶକ୍ତି ବିଏଲଏଫର ମୁଖ୍ୟମାନେ ଚଳିତ ମାସ ୧୫ ରୁ ୧୭ ତାରିଖ ପର୍ୟ୍ୟନ୍ତ ତିନି ଦିନିଆ ଏକ୍ସପୋଜର ଗସ୍ତରେ ଦୁବାଇ ଯାଇଥିଲେ। ଓଡିଶାରୁ ପ୍ରଥମ ବିମାନ ଯୋଗେ ଜିଲ୍ଲା ମହାସଙ୍ଘର ନେତୃବୃନ୍ଦଙ୍କ ଦୁବାଇ ଓ ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ସଫଳ ହୋଇଥିଲା । ଏହି ଦୁବାଇ ଗସ୍ତ କେବଳ ସାଂସ୍କୃତିକ ବିନିମୟ ନୁହେଁ ବରଂ ମୂଲ୍ୟବାନ ଶିକ୍ଷଣୀୟ ଅନୁଭୂତିର ମଧ୍ୟ ପ୍ରତିଶ୍ରୁତି ବହନ କରିଛି । ଏହି ପ୍ରତିନିଧିମାନେ ଅନ୍ତର୍ଜାତୀୟ ଶ୍ରେଷ୍ଠ ଅଭ୍ୟାସ, ବିଶ୍ଵସ୍ତରରେ ନେତାମାନଙ୍କ ସହିତ ଆଲୋଚନା ଏବଂ ଅଭିନବ ବ୍ୟବସାୟିକ ମଡେଲର ଅନ୍ୱେଷଣ କରିବାର ସୁଯୋଗ  ପାଇଥିଲେ । ଦୁବାଇରେ ବିବିଧ ବଜାର ଏବଂ ଉଦ୍ୟୋଗୀ ପରିଦର୍ଶନ ନିଃସନ୍ଦେହେ ସେମାନଙ୍କ ଦୃଷ୍ଟିକୋଣକୁ ବ୍ୟାପକ କରିବା ସହ ମହିଳା ଏସଚଜି ବ୍ୟବସାୟ ମଡେଲ ଏବଂ ରଣନୀତି ଉପରେ ଗଭୀର ପ୍ରଭାବ ପକେଇବ ବୋଲି ଆଶା ପୋଷଣ କରାଯାଉଛି ।

ଏହି ଗସ୍ତ ସମ୍ପର୍କରେ ନୟାଗଡ଼ ବିଏଲ୍ଏଫ୍ ସଭାପତି ମୀନା କୁମାରୀ ସ୍ୱାଇଁ କହିଛନ୍ତି ଯେ, ଦୁବାଇ ଯିବାର ସୁଯୋଗ ଦେଇଥିବାରୁ ଆମେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ । ଦୁବାଇ ଗସ୍ତ କରିବା ଆମ ପାଇଁ ଏକ ସମୃଦ୍ଧ ଅନୁଭୂତି ଥିଲା ଏବଂ ଆମେ ହାସଲ କରିଥିବା ଅମୂଲ୍ୟ ଅନୁଭୂତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ । ପ୍ରତିନିଧି ମଣ୍ଡଳୀଙ୍କ ପାଇଁ ଏହି ଗସ୍ତ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିଛି। ଏହି ଅନନ୍ୟ ସୁଯୋଗ ସରକାରଙ୍କ ନିରନ୍ତର ଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି କରିବାର ସ୍ବପ୍ନ ସହିତ ଜଡ଼ିତ । ମିଶନ ଶକ୍ତି ଉଦ୍ୟୋଗୀମାନଙ୍କର ନୂତନ ଜ୍ଞାନ ଏବଂ କୌଶଳ ମହିଳା ଉଦ୍ୟୋଗୀମାନଙ୍କୁ ଆହୁରି  ସଶକ୍ତ କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ରୁ ମହିଳା ଉଦ୍ୟୋଗୀ (SHGsରୁ SMEs) ର ରୂପାନ୍ତରଣ ସ୍ବପ୍ନ କୁ ମଧ୍ୟ ପୂରଣ କରିବ ।

nis-ad
Leave A Reply

Your email address will not be published.