ଧମତରିରେ CRPF ଓ DRG ର ଟିମ୍‌ ଉପରକୁ ନକ୍ସଲ ହାମଲା…

SECURITY_1700198753

ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ହୋଇଛି ନକ୍ସଲି ହାମଲା। ଧମତରିରେ CRPF ଓ DRG ର ଟିମ୍‌ ଉପରକୁ ହୋଇଛି ନକ୍ସଲି ହାମଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ଆଜି ଛତିଶଗଡ଼ରେ ନିର୍ବାଚନ ହେଉଥିବା ବେଳେ ଗତକାଲି ନକ୍ସଲମାନେ ଏହାକୁ ବହିଷ୍କାର କରି ବ୍ୟାନର-ପୋଷ୍ଟର ଲଗାଇଥିଲେ। ତେଣୁ କୌଣସି ହିଂସାତ୍ମକ ଘଟଣା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

ଏପରି ସ୍ଥିତିରେ CRPF ଓ DRG ଟିମ୍‌ ଧମତରିରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ସେମାନଙ୍କ ଉପରକୁ ନକ୍ସଲମାନେ IED ବ୍ଲାଷ୍ଟ କରିଥିଲେ। ଉକ୍ତ ସମୟରେ ବାଇକ୍‌ରେ ଯାଉଥିବା ୨ ସିଆରଫିଏଫ ଯବାନ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ବ୍ଲାଷ୍ଟିଂ ଯୋଗୁ କେହି ମୃତାହତ ହୋଇ ନାହାନ୍ତି। ମାତ୍ର ଏହା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

nis-ad
Leave A Reply

Your email address will not be published.