ନିଃସର୍ତ୍ତ ର ପ୍ରଭାବ ଛତ୍ରପୁର ସ୍ଥିତ ଆର୍ଟିଓ ଅଫିସ ପରିସରୁ ଚାରି ଦଲାଲକୁ ଗିରଫ କଲା ପୋଲିସ…


ବ୍ରହ୍ମପୁର//ଛତ୍ରପୁର : ୧୪-୧୧ ନିସର୍ତ୍ତ ରେ ରୀତିମତ ଛତ୍ରପୁର ଆରଟିଓ ସମେତ ଅଗସ୍ତି ନୂଆଗାଁ ଓ ବ୍ରହ୍ମପୁର ସ୍ଥିତ ହଳିଦିଆ ପଦରେ ଦଲାଲ ମାନଙ୍କ ଦୌରାତ୍ମ୍ୟ ସମ୍ପର୍କ ରେ ଖବର ପ୍ରକାଶ ହେଉଥିଲା। ଡେରିରେ ହେଲେ ମଧ୍ୟ ଆଜି ଛତ୍ରପୁର ପୋଲିସ କୁ ସଫଳତା ମିଳିଛି। ଆର ଟି ଓ କାର୍ଯ୍ୟଳୟ ପରିସରରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ପୋଲିସ କୁ ଦେଖି ଦଲାଲ ମାନେ ଛତ୍ର ଭଙ୍ଗ ଦେଇଥିଲେ। ପୋଲିସ ଜଗନ୍ନାଥ ସାହୁ, ରବୀନ୍ଦ୍ର କୁମାର ଗୌଡ଼, ପି. ଚନ୍ଦ୍ର ଶେଖର ଓ ଏମଡ଼ି ଆଲ୍ଲା ଉଦିନ ଙ୍କୁ ଧରି ଗିରଫ କରିଥିଲେ। ସେମାନଙ୍କ ନିକଟରୁ ପୋଲିସ ୧୨ ଟି ଡ଼ିଏଲ , ୭ଟି ଆରସି ସହ ବିଭିନ୍ନ କାଗଜ ପତ୍ର ଜବତ କରିଛି। ଏନେଇ ଏକ ଛତ୍ରପୁର ଏସଡ଼ିପିଓ ଗୌରହରି ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ନିସର୍ତ୍ତ ରେ ବ୍ରହ୍ମପୁର ସ୍ଥିତ ହଳଦିଆ ପଦର ର ଅଟୋ ନଗର ରେ ପ୍ରତି ଗୁରୁବାର ଦିନ ଫିଟନେସ ଆଳରେ ବଟି ଆଦାୟ ନେଇ ଖବର ପୂର୍ବରୁ ପ୍ରକାଶ ପାଇଛି। ଭଡ଼ାଟିଆ ଗୁଣ୍ଡା ଶ୍ରେଣୀର ଯୁବକ ଙ୍କ ମାଧ୍ୟମ ରେ ଫିଟନେସ ପାଇଁ ଆସୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ବଟି ଆଦାୟ କରୁଛନ୍ତି। ଏହା ସହ ଅଗସ୍ତି ନୂଆଗାଁ ରେ ମଧ୍ୟ ଡ଼ିଏଲ ଫିଟନେସ ନାମରେ ମଧ୍ୟ ଅନ୍ୟ ଜିଲ୍ଲାର ଏହି ଗୁଣ୍ଡା ଶ୍ରେଣୀର ଦଲାଲ ମାନେ ବଟି ଆଦାୟ କରୁଥିବା ଚର୍ଚ୍ଚା ହୋଇ ଆସୁଛି। ପୋଲିସ ଅଗସ୍ତି ନୂଆଗାଁ ରେ ଥିବା କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଲେ ବାହାରେ ତାଲା ଭିତରେ ଦଲାଲ ଙ୍କ ଘଟଣା ପର୍ଦ୍ଧା ଫାସ ହେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଛତ୍ରପୁର ଆରଟିଓ ଅଫିସ କାର୍ଯ୍ୟଳୟ ର ଆଖପାଖ କମ୍ପୁଟର ଦୋକାନରେ ଡ଼ିଏଲ ଆବେଦନ ବେଳେ ପାସ ଫେଲ ର ଖେଳ ଚାଲିଥିବା ଚର୍ଚ୍ଚା ହେଉଛି। କେତେକ କମ୍ପୁଟର ଦୋକାନ ଗୁଡ଼ିକର ରେ ଦଲାଲ ମାନେ ସମସ୍ତ କାର୍ଯ୍ୟ କରିବା ପରେ ମୋଟା ଅଙ୍କ ଦାବୀ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। କାର୍ଯ୍ୟାଳୟ ପରିସରରେ ଥିବା ଗଛ ମୂଳରେ ମଧ୍ୟ ଦଲାଲ ମାନେ ଆଡ୍ଡା ଜମାଉ ଥିବାର ଦେଖିବାକୁ ମିଳୁଛି। ଏହି ସବୁ ଦଲାଲ ମାନଙ୍କୁ ଅଧିକାରୀ ଙ୍କ ଆଶୀର୍ବାଦ ଥିବା ଓ କମିଶନ କାରବାର ହେଉଥିବା ନେଇ ଚର୍ଚ୍ଚା ହେଉଛି। ଆର ଟି ଓ କାର୍ଯ୍ୟାଳୟ କୁ ଦଲାଲ ମୁକ୍ତ କରିବାକୁ ସରକାର ବିଭିନ୍ନ କଡ଼ା ନୀତି ନିୟମ ପ୍ରଚଳିତ କରି ଛନ୍ତି କିନ୍ତୁ ଏହାର ବ୍ୟତିକ୍ରମ ଛତ୍ରପୁର ଆର ଟି ଓ କାର୍ଯ୍ୟାଳୟ ରେ ଦେଖିବାକୁ ମିଳୁଛି l ଯାହାକି କିଛି ଦଲାଲ ଆର ଟି ଓ ଙ୍କ ଛତ୍ର ଛାୟା ତଳେ ରହି କାମ କରୁଥିବା କୁ ନେଇ ସହର ର ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି l ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି ଯାହାଫଳରେ ବାବୁ ମାନଙ୍କ ଅସଲ ମୁଖା ଲୋକ ଲୋଚନ କୁ ଆସିପାରିବ l

nis-ad
Leave A Reply

Your email address will not be published.