ବିଚ ରାସ୍ତାରେ ପୋଲିସର ଉଗ୍ର ରୂପ ଯୁବକଙ୍କୁ ଚାପୁଡ଼ା ମାଡ଼ ସହ ଅସଭ୍ୟ ଭାଷାରେ ଗାଳି ଦେଲେ ପୋଲିସ ବାବୁ…!

ମାଲକାନଗିରି, ୮।୧୧: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ପୋଲିସ ଉପରେ ଭରସା ବା ଆସ୍ଥା ରଖିବା ପାଇଁ ପୋଲିସ ବିଭାଗକୁ 5T ଅଧୀନରେ ନେବା ସହ । ଆଦର୍ଶ ଥାନା ଓ ଆମ ପୋଲିସ ଭଳି ବ୍ୟବସ୍ଥା ଲାଗୁ କରିଥିବା ବେଳେ ଦିନକୁ ଦିନ ଜନସାଧାରଣଙ୍କ ପୋଲିସ ଉପରୁ ଭରସା ତୁଟିବାକୁ ଲାଗିଛି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଡ଼ର୍ର ମୁଖ୍ୟ ସଡ଼କ ଉପରେ । ଜଣେ ପୋଲିସ କର୍ମଚାରୀ ଯୁବକଙ୍କୁ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି କରୁଥିବା ନେଇ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମାରେ ଥିବା ସୁବାସବୋଷ ଛକ ନିକଟରେ ଏକ ଯାତ୍ରୀ ବାହୀ ଇକୋ ଗାଡି ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଏହି ମୋଟର ସାଇକେଲରେ ଜଣେ ପୋଲିସ କର୍ମଚାରୀ ବସି ରହିଥିବା ବେଳେ ଉକ୍ତ ଗାଡିଟି ଧକ୍କା ରେ ମୋଟର ସାଇକେଲଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ସୌଭାଗ୍ୟ ବସତ ପୋଲିସ କର୍ମଚାରୀଙ୍କୁ କୌଣସି କ୍ଷତି ହୋଇନଥିଲା ବୋଲି ସୂଚନା ମିଳିଛି । ଏହି ଘଟଣାରେ ଉକ୍ତ ପୋଲିସ କର୍ମଚାରୀ ଜଣଙ୍କ ରାଗି ଯାଇ ଗାଡି ଚାଳକ ଜଣଙ୍କୁ ବିଚ ରାସ୍ତାରେ ମାଡ ମାରିବା ସହ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଜଣେ ପୋଲିସ ହୋଇ ଆଇନକୁ ହାତକୁ ନେଇ କିପରି ଏପରି ବେଆଇନ କାର୍ଯ୍ୟ କରିଲେ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ବ୍ୟକ୍ତ ହୋଇଛି ।

nis-ad
Leave A Reply

Your email address will not be published.