ବିବାଦୀୟ ଟିପ୍ପଣୀ ପାଇଁ ବନ୍ଧା ହେଲେ କଂଗ୍ରେସ ବିଧାୟକ…

fg

ଆସାମର କଂଗ୍ରେସ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲାଙ୍କୁ ଆଜି ସକାଳୁ ସକାଳୁ ଗିରଫ କରିଛି ପୁଲିସ୍‌। ସେ ହିନ୍ଦୁ ସଂପ୍ରଦାୟ ଓ ପୂଜକଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିଲା।  ଏହାକୁ ଆଧାର କରି ଆଜି ସକାଳୁ ତାଙ୍କୁ ଅନ୍ୟତମ ବିଧାୟକ ୱାଜେଦ ଅଲୀ ଚୌଧୁରୀଙ୍କ ଗୁହାଟୀ ସ୍ଥିତି ବାସଭବନରୁ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଅଫତାବ କହିଥିଲେ ଯେ “ଯେଉଁଠି ବି ହିନ୍ଦୁ ଅଛନ୍ତି, ସେଠାରେ ସବୁ ପ୍ରକାର ଭୁଲ କାମ ଚାଲିଛି। ମନ୍ଦିରର ପୂଜକ ଓ ନାମଘରର କେୟାର ଟେକରମାନେ ହେଉଛନ୍ତି ଦୁଷ୍କର୍ମକାରୀ।”

ନଭେମ୍ବର ୪ରେ ଗୋଲପଡ଼ା ଜିଲ୍ଲାରେ ଆୟୋଜିତ ଏକ ସର୍ବସାଧାରଣ ସଭାରେ ସେ ଏପରି ବୟାନ ଦେଇଥିଲେ। ଏଥିପାଇଁ ତାଙ୍କୁ ନଭେମ୍ବର ୫ରେ ଆସାମ କଂଗ୍ରେସ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।

ସେହିପରି କିଛି ସଂଗଠନ ଦିସପୁର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ପୁଲିସ୍‌ ଏହି ଅଭିଯୋଗ ଆଧାରରେ ଅଫତାବଙ୍କ ବିରୋଧରେ ଆଇପିସିର ଧାରା ୨୯୬(ଏ), ୧୫୩ଏ(୧)(ବି) ଓ ୫୦୫(୨)ରେ ମାମଲା କରିଥିଲା।

ପୁଲିସ କହିଛି ଯେ ଗିରଫ କଂଗ୍ରେସ ନେତା ଜଣଙ୍କ ହେଲେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାର୍ଯ୍ୟରତ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲା। ସେ ନିଜର ବୟାନ ମାଧ୍ୟମରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ସମାଜରେ ପ୍ରତିଷ୍ଠିତ ଭାଇଚାରାକୁ ସେ ଆଘାତ ଦେଇଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇଛି।

nis-ad
Leave A Reply

Your email address will not be published.