ବଢିଲା ଜିତୁ ପଟ୍ଟନାୟକଙ୍କ ଅଡୁଆ,ବେଆଇନ ଖଣି କାରବାର ମାମଲାରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ଇଡି…

jit

ବଢିଲା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଅଡୁଆ। ବେଆଇନ ଖଣି କାରବାର ମାମଲାରେ ଜିତେନ୍ଦ୍ର ପଟ୍ଟନାୟକ ଓ ମେସର୍ସ ବିଡି ପଟ୍ଟନାୟକଙ୍କ ବିରୋଧରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପିଏମଏଲଏ ଅଧିନରେ ଇଡି ପକ୍ଷରୁ ଭୁବନେଶ୍ବରର ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ମାମଲା ରୁଜୁ ହୋଇଛି। ଆବେଦନରେ ଅଭିଯୁକ୍ତଙ୍କୁ ଦଣ୍ଡ ପାଇଁ ପ୍ରାର୍ଥନା ସହିତ ୧୩୩ କୋଟି ୮୭ ଲକ୍ଷ ଟଙ୍କାର ଅପରାଧିକ ଆୟକୁ ଜବତ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଅଦାଲତଙ୍କୁ ଅନୁରୋଧ କରାଯାଇଛି। ସ୍ବତନ୍ତ୍ର କୋର୍ଟ ଆଗତ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ସେପଟେ ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି କଳିଙ୍ଗ ଟିଭିକୁ ଫୋନ ଯୋଗେ କହିଛନ୍ତି ଜିତୁ ପଟ୍ଟନାୟକ। ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।

ତଦନ୍ତ ବେଳେ ମେସର୍ସ ବିଡି ପଟ୍ଟନାୟକ ଓ ପାର୍ଟନର ଜିତେନ୍ଦ୍ର ପଟ୍ଟନାୟକ ରାଜ୍ୟ ସରକାରଙ୍କ ଠାରୁ କୌଣସି ବୈଧ ଖଣି ଲିଜ ନଥାଇ ବେଆଇନ ଖଣି କାରବାରରେ ଜଡିତ ଥିବା ଜାଣିବାକୁ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଆବଶ୍ୟକ କ୍ଲିଅରାନ୍ସ ମଧ୍ୟ ମିଳିନଥିଲା। ଯାହା ଫଳରେ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ୧୯୮୯ ମସିହାରୁ ୨୦୦୯ ମସିହା ମଧ୍ଯରେ ୧୩୦ କୋଟି ୩୯ଲକ୍ଷ ଟଙ୍କାର ରାଜସ୍ବ ହାନୀ ହୋଇଥିଲା। ବେଆଇନ ଭାବେ ଅର୍ଜିତ ଏହି ଅର୍ଥକୁ ସେ ବିଭିନ୍ନ ବ୍ୟବସାୟରେ ବିନିଯୋଗ କରିବା ସହ ତାଙ୍କ ପରିବାରର ଅନ୍ୟମାନେ ମଧ୍ୟ ଉପକୃତ ହୋଇଥିଲେ।…

ପିଏମଏଲଏ ଅଧିନରେ ଇଡି ୨୦୨୨ ମେ ୧୧ରେ ଭୁବନେଶ୍ୱରର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ଚଢଉ କରିଥିଲା। ଭୁବନେଶ୍ବରର ୨ଟି ସ୍ଥାନ ସମେତ କେନ୍ଦୁଝରର ଯୋଡାର ୨ଟି ସ୍ଥାନରେ ରେଡ କରି ୧୩୩ କୋଟି ୧୭ ଲକ୍ଷ ଟଙ୍କା ଜବତ କରିଥିଲା। ଏହା ସହ ୭୦ଲକ୍ଷର ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା।

ବଢିଲା ଜିତୁ ପଟ୍ଟନାୟକଙ୍କ ଅଡୁଆ। ବେଆଇନ ଖଣି କାରବାର ମାମଲାରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।ଜିତେନ୍ଦ୍ର ପଟ୍ଟନାୟକ ଓ ମେସର୍ସ ବିଡି ପଟ୍ଟନାୟକଙ୍କ ବିରୋଧରେ ଭୁବନେଶ୍ବରର ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ମାମଲା ରୁଜୁ। ଅଭିଯୁକ୍ତଙ୍କୁ ଦଣ୍ଡ ସହ ୧୩୩ କୋଟି ୮୭ ଲକ୍ଷ ଟଙ୍କାର ଆୟକୁ ଜବତ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଅଦାଲତଙ୍କୁ ଅନୁରୋଧ କରାଯାଇଛି। ଜିତୁ ପଟ୍ଟନାୟକ କହିଛନ୍ତି, ସୁପ୍ରିମକୋର୍ଟରୁ ତାଙ୍କୁ ନ୍ୟାୟ ମିଳିବ।

nis-ad
Leave A Reply

Your email address will not be published.