ଲାଇନଚ୍ୟୁତ ହେଲା ଝାରସୁଗୁଡା- ସମ୍ବଲପୁର ମେମୁ ପାସେଞ୍ଜର…

tr

ସମ୍ବଲପୁର: ପୁଣି ରେଳ ଦୁର୍ଘଟଣା । ମେମୁ ଟ୍ରେନ୍‌ ଲାଇନଚ୍ୟୁତ। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ବେଳେ ମେମୁ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଏଯାବତ ସୂଚନା ମିଳିନାହିଁ।

ନିର୍ଦ୍ଧାରିତ ସମୟରେ ଝାରସୁଗୁଡ଼ାରୁ ଛାଡ଼ିଲା ମେମୁ ପାସେଞ୍ଜର ଟ୍ରେନ୍। ଟ୍ରେନ୍‌ରେ ଖତାଖଚ ଭିଡ଼ ଥିଲା। ସରଲା ନିକଟରେ ଗୋଟିଏ ଗାଈ ପଲ ଟ୍ରାକ୍‌ ଅତିକ୍ରମ କରୁଥିଲା। ସେହି ସମୟରେ ମେମୋ ଟ୍ରେନ୍‌ଟି ଗାଈ ପଲକୁ ଧକ୍କା ଦେଇଥିଲା। ଯାହାଫଳରେ ଗୋଟିଏ ବଗିଲାଇନ୍‌ଚ୍ୟୁତ ହୋଇଛି। ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିଛି। ବର୍ତ୍ତମାନ ସେହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

nis-ad
Leave A Reply

Your email address will not be published.