ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ଭର୍ତିଲେ ଚାଳକ !

ବୀରମିତ୍ରପୁର – ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଦଳକି କୁତ୍ରା ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ଭର୍ତି ଯାଇଛନ୍ତି ଚାଳକ ! ସୂଚନା ମୁତାବକ ଦଲକି ପଞ୍ଚାୟତ ଅନ୍ତର୍ଗତ ବଜାର ଦାଣ୍ଡ ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲରେ ଗତ କାଲି ରାତିରେ ଏକ ବାର ଚକିଆ ହାଇୱା ଡମ୍ଫାର ନଂ (ଓଡ଼ି- ୧୪ ଏମ – ୭୬୮୩)ରାସ୍ତା ଉପରେ ବଳଦକୁ ବଞ୍ଚାଇବାକୁ ଯାଇ ନିଜର ଭାର ସମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲରେ ଓଲଟି ପଡିଥିଲା ! ଫଳରେ ଚାଳକ ମୃତ ମୁଖରୁ ବର୍ଟିଯାଇଥିଲା ! ଏହି ବାର ଚକିଆ ଡମ୍ଫାର ବୀରମିତ୍ରପୁର ରେଲୱେ ସାଇଡିଙ୍ଗରୁ ପଥର ଚୁରା ନେଇ କୁତ୍ରା ଥାନା ଅଧୀନରେ ଥିବା ତେଲିଘନା ସିଭା କାରଖାନା କୁ ଯାଉଥିବା ଜଣାପଡିଛି ! ରାଏବୋଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି !

nis-ad
Leave A Reply

Your email address will not be published.