କାଗଜ କଲମରେ ଚାଲିଛି ଠିପି ବନ୍ଦ ବିଦେଶୀ ମଦ ଦୋକାନ : ଅବକାରୀ ଓ ପୋଲିସ ର ସହଯୋଗ ରେ ଠିପି ବନ୍ଦ ନାଁ ଠିପି ଖୋଲା ବେପାର…!


ବ୍ରହ୍ମପୁର : ୭-୧୧ଗଞ୍ଜାମ ଜିଲ୍ଲାର ଅଧିକାଂଶ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ ଖୁଲାମ ଖୁଲା ଠିପି ଖୋଲି ବିଦେଶୀ ମଦ ବେପାର ଚାଲିଛି। ସରକାର ଙ୍କ ନୀତି ନିୟମ କୁ ଭ୍ରୁକ୍ଷେପ ନକରି ଖୋଲାମ ଖୋଲା ଚାଲିଛି ବେପାର । ଠିପି ବନ୍ଦ ବିଦେଶୀ ମଦ ଦୋକାନ ନାମରେ ପଞ୍ଜିକୃତ କରି ଠିପି ଖୋଲି ବିକ୍ରି କରିବା ଫଳରେ ଆଇନାଶୃଙ୍ଖଳା ବିଗିଡୁଛି ଓ ଦୁର୍ଘଟଣା ବଢୁଛି। ସରକାର ଙ୍କ ନିୟମକୁ ନିଜେ ଅବକାରୀ ଓ ପୋଲିସ ବାବୁମାନେ ଅସହଯୋଗ କରିବା ନେଇ ଚର୍ଚ୍ଚା ହେଉଛି। ସମସ୍ତ ବିଦେଶୀ ମଦ ଦୋକାନରେ ସିସି କେମେରା ଧର୍ମ କୁ ଆଖିଠାର ଭଳି ଖଞ୍ଜା ଯାଇଛି। ଖୋଲାରେ ବିଦେଶୀ ମଦ ବଜାର, ଗଳି,କନ୍ଦି ରେ ମିଳୁଥିବା ଯୋଗୁଁ ମଦୁଆ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ଓ ଅପରାଧ ମଧ୍ୟ ବଢୁଛି । ପୁରା ବୋତଲ କିଣିବା ଯାଗାରେ ଖୋଲା ରେ ମିଳିବା ଯୋଗୁଁ ବେକାରୀ ଯୁବକ ମାନେ ମଦ୍ୟପାନ କରି ବିଭିନ୍ନ ଅପରାଧ ରେ ସମ୍ପୃକ୍ତ ହେଉଛନ୍ତି। ବ୍ୟବସାୟୀ ମାନେ ଅବକାରୀ ଓ ପୋଲିସ ବାବୁ ମାନଙ୍କୁ ସାଇଲେନ୍ସ ପ୍ଳିଜ କରିଥିବା ଯୋଗୁଁ ଏତେ ମାତ୍ରା ରେ ଖୋଲା ବେପାର ଜମୁଛି ବୋଲି ଚର୍ଚ୍ଚା ହେଉଛି। ଅବକାରୀ ହେଉକି ପୋଲିସ ହେଉ କେତେ ଠିପି ବନ୍ଦ ବିଦେଶୀ ଦୋକାନରୁ ଖୋଲା ମଦ ବିକ୍ରି ବେଳେ ଦୋକାନି ଙ୍କୁ ଗିରଫ କରୁନଥିବା କୁ ନେଇ ଚର୍ଚ୍ଚା ହେଉଛି। କେତେକ ଠିପି ବନ୍ଦ ବିଦେଶୀ ମଦ ଦୋକାନୀ ଚଢ଼ା ଦରରେ ମଧ୍ୟ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି।ଗଞ୍ଜାମ ଜିଲ୍ଲାର ଉଭୟ ଏସ ପି ଥରେ ଯଦି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଙ୍କୁ ଛଦ୍ମ ବେଶରେ ଗଲେ। ସବୁ ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ଙ୍କ ମଧ୍ୟରେ ଆଲୋଚନା ହେଉଛି। ସୂଚନା ଥାଉକି କ୍ଷୀର ପିଉଛି ଅବକାରୀ ବିଭାଗ କିନ୍ତୁ ସିଂଘ ଧରିଛି ପୋଲିସ କହିଲେ କିଛି ବି ଭୁଲ ହେବ ନାହିଁ l ବାଲି ମାଫିଆ ମାନଙ୍କ ଉପରେ ଯେପରି ଚଢ଼ାଉ ଜାରି ରହିଛି ଯଦି ଠିକ ମଦ ମାଫିଆ ମାନଙ୍କ ଉପରେ ଯଦି ଚଢ଼ାଉ ହେବ ତେବେ ବାଲି ମାଫିଆ ମାନେ ଯେପରି ନକଲି ୱାଇ ଫର୍ମ ଜରିଆରେ କୋଟି କୋଟି ଟଙ୍କା ରାଜସ୍ବ ଠକି ଆସୁଥିଲେ ଠିକ ସେହିପରି ନକଲି ମଦ ଓ ଯେଉଁ ଚଢ଼ା ଦରରେ ମଦ ବିକ୍ରି କରି କୁବେର ପାଲୋଟି ଛନ୍ତି ତାହାର ମୁଖା ଖୋଲିଥାନ୍ତା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ଭିଜିଲାନ୍ସ ବିଭାଗ ଏକ ରକମ କୋମାରେ କହିଲେ କିଛି ଭୁଲ ହେବ ନାହିଁ କାରଣ ଆଜି ସୁଦ୍ଧା କୌଣସି ଅବକାରୀ ବିଭାଗ ଅଫିସର ଙ୍କୁ ହାତ ମାରିପାରୁନାହିଁ ଏଠାରେ ଅବକାରୀ ବିଭାଗ ର ଛୋଟିଆ କର୍ମଚାରୀ ବି କୋଟିପତି l ଅବକାରୀ ବିଭାଗ ର ଖାଣ୍ଟି ଗୁଆ ଘିଅ ଖାଇ ଭିଜିଲାନ୍ସ ବିଭାଗ ନିଘୋଡ଼ ନିଦରେ କହିଲେ ଚଳେ l ତୁଚ୍ଛା ଟାରେ ଏଠାରେ ଏଣ୍ଡୁଅ ବଦନାମ ହେଉଛି l

nis-ad
Leave A Reply

Your email address will not be published.