ସମାଜ ସେବୀଙ୍କ ବିୟୋଗ ରେ ଶୋକସଭା…

ଫୁଲବାଣୀ : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ତରଫରୁ ଏକ ଶୋକ ସଭା ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଦାସ୍ତ ଅନୁଷ୍ଠାନର ପରିଚାଳକ ଦିବଂଗତ ରାଜକିଶୋର ଶର୍ମା ଙ୍କର ଗତ ୨ ତାରିଖ ରେ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କର ଏହି ଅକସ୍ମାତ ଦେହାନ୍ତ ରେ ବିଭିନ୍ନ ସଂଗଠନ ଗୁଡିକ ତରଫରୁ ଶୋକ ପ୍ରକାଶ କରାଯାଇଥିବା ବେଳେ, କନ୍ଧମାଳ ଜିଲ୍ଲାରେ ମଧ୍ୟ ଦୁଃଖ ପରିଲିକ୍ଷିତ ହୋଇଥିବା ଦେଖାଯାଇଛି । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ଦେବା ଛଳରେ ତାଙ୍କର ସ୍ମୃତି ଚାରଣ କରି ସେ କହିଥିଲେ ଯେ ଅନୁଷ୍ଠାନ ଗଢିବା ଓ ଅନୁଷ୍ଠାନକୁ ଆଗକୁ ବଢାଇ ବାର କୌଶଳ ରାଜୁ ଭାଇଙ୍କ ପାଖରେ ଥିଲା ଏବଂ ସେ ଅନ୍ୟ ଅନୁଷ୍ଠାନ ଙ୍କୁ ମଧ୍ୟ ପ୍ରତିଷ୍ଠିତ କରାଇବା ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରାଇବାରେ ସହଯୋଗ କରିଥାଆନ୍ତି ଏବଂ ଏଭଳି ଏକ ବ୍ୟକ୍ତିତ୍ଵଙ୍କ ଦେହାନ୍ତ ରେ ସେ ମର୍ମାହତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନୁଷ୍ଠାନର ଅନ୍ୟ କର୍ମକର୍ତା ମାନେ ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ ତାଙ୍କର ଅନ୍ୟକୁ ସହଯୋଗ କରିବାର ଆଗ୍ରହ ଓ ଅନୁଷ୍ଠାନ ପରିଚାଳନା କରିବାର ପ୍ରୟାସ କୁ ପ୍ରଶଂସା କରିବା ସହ ଏହା ସମାଜ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।

nis-ad
Leave A Reply

Your email address will not be published.