ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥକବି ଭୀମଭୋଇ ସମ୍ମାନ…

ଫୁଲବାଣୀ : କନ୍ଧମାଳର ବିଶିଷ୍ଠ କବି, ସୁସାହିତ୍ୟିକ, ଗବେଷକ, ସଂଗଠକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଗଞ୍ଜାମର ବାଲିପଦର ସ୍ଥିତ ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି l ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଞ୍ଚଳିକ ସାରସ୍ୱତ ସମାବେଶରେ ବିଶିଷ୍ଠ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ସାହିତ୍ୟିକ ହରପ୍ରସାଦ ଦାସ,ସରୋଜ କୃଷ୍ଣ ଷଢଙ୍ଗୀ ଓ ବିଘ୍ନରାଜ ପଣ୍ଡା, ରବିନ୍ଦ୍ରନାଥ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସମର୍ଦ୍ଧିତ କରିଥିଲେ l ପରେ ପରେ ସୁସାହିତ୍ୟିକା ଓ ବରିଷ୍ଠ କବୟିତ୍ରୀ କଳ୍ପଳତା ମହାପାତ୍ରଙ୍କ ସଂଯୋଜନା ରେ କବି ସମ୍ମିଳନୀ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସଭାପତିତ୍ୱ କରିଥିଲେ l
ଡ଼ଃ ମହାପାତ୍ର ଫୁଲବାଣୀ ଆଇଟିଆଇର ତାଲିମ ପ୍ରାପ୍ତ ସହ ଅଧିକାରୀ ସହ କନ୍ଧମାଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଅଛନ୍ତି l ତାଙ୍କର କମଳା ପ୍ରକାଶିନୀ ନାମରେ ଏକ ପ୍ରକାଶିନୀ ରହିଥିବା ସହ 30 ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି l

nis-ad
Leave A Reply

Your email address will not be published.