୧୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ୪ ଗିରଫ…

ବ୍ରହ୍ମପୁର : ଆଜି ବ୍ରହ୍ମପୁର ବଡ଼ ବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ବାଣ ଚୋରା ଚାଲାଣ ଓ ଗଛିତ ଥିବା ଗୁପ୍ତ ଗୋଦାମ କୁ ଠାବ କରିଛି। ଏକ ଅଟୋ ରେ ବେଆଇନ ବାଣ ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଥିଲା। ଜେରା ବେଳେ ଏହି ଗୁପ୍ତ ଗୋଦାମ ର ସୁରାକ ପାଇ ତାହା ଉପରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ର ବେଆଇନ ବାଣ ଜବତ କରିଥିଲା। ବେଆଇନ ବାଣ ରଖିବା ଅଭିଯୋଗ ରେ ରବିଜେନା, ଶିବସାହୁ, ଏମ. ସୂର୍ଯ୍ୟନାରାୟଣ ଓ ପିତାମ୍ବର ସେଠି ଙ୍କୁ ଗିରଫ କରିଛି। ଏନେଇବଡ଼ ବଜାର ଥାନା କେଶ ନମ୍ବର ୪୩୬,୪୩୭,୪୩୮,୪୩୯ ରେ ତିନୋଟି ମାମଲା ରୁଜୁ କରାଯାଇଛି। ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲା ରେ କୁମାର ପୂର୍ଣ୍ଣିମା ରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ପରେ ବେଆଇନ ବାଣ ଗଛିତ ଥିବା ଗୋଦାମ ଉପରେ ଅପରସନ ଆରମ୍ଭ ହୋଇଛି। ଆଗକୁ ଦୀପାବଳି କୁ ଆଖି ଆଗରେ ରଖି ଏହି ସବୁ ବାଣ ବିକ୍ରି ପାଇଁ ବ୍ରହ୍ମପୁର ରେ ଥିବା ଗୁପ୍ତ ଗୋଦାମ ରେ ଗଛିତ କରି ରଖା ଯାଇଛି।

ଏହି ଜବତ ବାଣ ଅଧିକାଂଶ କରି ଦେଶୀ ବାଣ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ଅଣା ଯାଇଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି ଦୀପାବଳି କୁ ଆଖି ଆଗରେ ରଖି ନଳବଣ୍ଟା ରେ ଦଶହରା ଠାରୁ ବିଭିନ୍ନ ପ୍ରକାର ବାଣ ପ୍ରସ୍ତୁତ କରାଯାଏ। ନଳବଣ୍ଟା ବାଣ ର ଚାହିଦା ଜିଲ୍ଲା ତଥା ଜିଲ୍ଲା ବାହାରେ ରହିଛି। ଏଠାରେ ଗ୍ରାମରେ କେତେକ ପରିବାର ପିଲାରୁ ବୁଢ଼ା ସମସ୍ତେ ବାଣ ପ୍ରସ୍ତୁତି ରେ ଲାଗିପଡ଼ନ୍ତି। ଅଧିକ ଲାଭ ଆଶାରେ ଏହି ବେଆଇନ ବାଣ ପ୍ରସ୍ତୁତ କରିବା ଓ ରୋଜଗାର କରିବା ଆଶା ରେ ଜୀବନକୁ ବାଜି ଲଗାନ୍ତି। ପୂର୍ବରୁ ଡ଼ିଲ ହୋଇଥିବା ଯୋଗୁଁ ଦାୟିତ୍ୱ ରେ ଥିବା ବାବୁ ମାନେ ଚୁପ ରହୁଥିବା ଚର୍ଚ୍ଚା ହେଉଛି। ଅଘଟନ କୁ ଆଖି ଆଗରେ ରଖି ମିଡ଼ିଆ ରେ ଖବର ପ୍ରକାଶ ପରେ ପ୍ରଶାସନ ଓ ପୋଲିସ ର ନିଦ ଭାଙ୍ଗେ ବେଆଇନ ବାଣର ଅସ୍ଥାୟୀ କ୍ୟାମ୍ପ ଉପରେ ଚଢ଼ାଉ କରାଯାଏ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.