ଏ ନେଇ ପରିବାର ଲୋକ ଅନୁଗୁଳ ପୋଲିସକୁ ମଧ୍ୟ ଅବଗତ କରାଇଥିଲେ । ରତନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରତନ ଏକଘରିଆ ଗାଁରେ ରହି ଦେଶୀ ମଦ ବ୍ୟବସାୟ କରିଥାନ୍ତି । ଜଣେ ବ୍ୟକ୍ତି ରତନଙ୍କୁ ପାଉଚ ମଦ ବିକ୍ରି କରିବାକୁ କହିଥିଲେ । ହେଲେ ସେ ରାଜି ହୋଇନଥିଲେ । ଫଳରେ ତାକୁ ନେଇ ରତନ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ରତନଙ୍କୁ ଧମକ ଦେଇଥିଲେ । ତେଣୁ ମଦ ଵ୍ୟଵସାୟକୁ ନେଇ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ମୃତକଙ୍କ ସ୍ତ୍ରୀ ସନ୍ଦେହ ପ୍ରକଟ କରିଛନ୍ତି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।