ଚଢାଉ ବେଳେ ପୋଲିସ ଏବଂ ରାଜେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପୋଲିସ ଏସଆଇ ଜଣକ ଏକ ଲୁହା ପାଇପରେ ରାଜେନ୍ଦ୍ରଙ୍କୁ ନିର୍ମମ ଭାବେ ମାରି ଲହୁଲୁହାଣ କରିଥିଲେ । ଶେଷରେ କିଛି ଉପାୟ ନ ପାଇ ରାଜେନ୍ଦ୍ର ନ୍ୟାୟ ପାଇଁ ଏସପି ଙ୍କ ଦ୍ବାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ପାଇଁ ଉତ୍ରପୁର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ପୋଲିସ ଏସଆଇ ହିମାଂଶୁ ପାତ୍ରଙ୍କୁ ଆରକ୍ଷୀ ମୁଖ୍ୟାଳୟକୁ ବଦଳି କରିଦେଇଛନ୍ତି । ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।