ଗୋଦି ମିଡ଼ିଆ ପ୍ରଶାସନ ଓ ନେତାଙ୍କ ଗେଲ୍ହା ପୁଅ : ଅନ୍ୟ ମିଡ଼ିଆ କୁ ଏତେ ଭୟ କାହିଁକି…?

ଘଣ୍ଟ ଘୋଡ଼ାଉ ଛନ୍ତି କି ଦୁର୍ନୀତି ର ସିଂହାସନ ରେ ବସିଥିବା ବାବୁ ଓ ନେତା ଙ୍କୁ.. !



ଭୁବନେଶ୍ୱର :୫ -୧୧ ଏବେ ରାଜ୍ୟ ରେ ନୂଆ ପରମ୍ପରା ଆରମ୍ଭ ହୋଇଛି। ଗୋଦି ମିଡ଼ିଆ ପଛରେ ପ୍ରଶାସନ ଓ ନେତା ଗୋଡ଼ାଣିଆ ହେଉଥିବା ବେଳେ ଅନ୍ୟ ମିଡ଼ିଆ କୁ ଏତେ ଭୟ କାହିଁକି ବୋଲି ଚର୍ଚ୍ଚା ହେଉଛି। ଏବେକାର କେତେକ ଅମଲାତନ୍ତ୍ର ଓ ଶାସକ ଦଳର କିଛି ନେତା କେବଳ ଗୋଦି ମିଡ଼ିଆ କୁ ଢାଲ କରି ସେମାନଙ୍କ ଶୁଆଇଲା ପରି ତଥ୍ୟ ଦେଉଛନ୍ତି। ଏପଟେ ଗୋଦି ମିଡ଼ିଆ ପୋଷା ଶୁଆ ଭଳି ବାବୁ ଓ ନେତା କହିବା ପ୍ରକାରେ ବୋଲ ମାନି ସୁହାଇଲା ଭଳି ନିଜର ଖବର କାଗଜ ରେ ପ୍ରକାଶ କରନ୍ତି।ସାଧାରଣ ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅର୍ଥ ରେ ହେଉଥିବା ଦୁର୍ନୀତି ବାବୁ ମାନେ ନେଉଥିବା ପି.ସି ସମ୍ପର୍କ ରେ ଗୋଦି ମିଡ଼ିଆ ରେ କେବେ ଖବର ପ୍ରକାଶ ହେଉନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଗୋଦି ମିଡ଼ିଆ ଯେବେ ଠାରୁ ଗୋଡାଣିଆ ହେଲେ ସେବେ ଠାରୁ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଅନ୍ୟ ମିଡ଼ିଆ ବନ୍ଧୁ ଯାହା ସତ୍ୟ ଲେଖିଲେ ବି ବାବୁ ମାନେ ଉକ୍ତ ଘଟଣା ଠିକ ନୁହେଁ ଆମ ବିରୋଧ ରେ ବାହାରିଛି, ବୋଲି ବଡ଼ ଅଧିକାରୀ ମାନଙ୍କୁ ଭୁଆଁ ବୁଲାନ୍ତି। ଏହି ଅଭ୍ୟାସ ଏବେ ଅଧିକାଂଶ କରି ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ ଅକ୍ଷର ଅକ୍ଷର ରେ ପାଳନ କରାଯାଉ ଥିବା ଲକ୍ଷ କରାଯାଉଛି। ଏହି କାରଣ ରୁ ଗଞ୍ଜାମ ଜିଲ୍ଲା ରେ ଅଧିକାଂଶ ସରକାରୀ କାର୍ଯ୍ୟଳୟ ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିବା ସହ ପି.ସି କାରବାର ମଧ୍ୟ୍ ମାତ୍ରାଧିକ ବଢ଼ିଥିବା ଚର୍ଚ୍ଚା ହେଉଛି। ସାଧାରଣ ଲୋକଙ୍କ ସମସ୍ୟା ଆଉ ଦୁର୍ନୀତି ସମ୍ପର୍କ ରେ ନେତା ମାନେ ମୁହଁ ଖୋଲିବାକୁ ଅମଲାତନ୍ତ୍ର କୁ ସାହସ କରୁନଥିବା ଟିକେଟ ଭୟ ଯୋଗୁଁ ବୋଲି ଚର୍ଚ୍ଚା ହେଉଛି।ଗୋଦି ମିଡ଼ିଆ ର ଗୋଡ଼ାଣିଆ ଯୋଗୁଁ ଆଜି ପ୍ରତ୍ୟେକ କ୍ଷେତ୍ରରେ ରେ ଦୁର୍ନୀତି ଆଜି ଚରମ ସିମା ରେ ବଢ଼ି ଯାଇଛି। ଏବେ ଗଞ୍ଜାମ ରେ ଥିବା ଅଧିକାଂଶ ଅଧିକାରୀ ତଥ୍ୟ ଦେବାକୁ ଅମଙ୍ଗ ହେବା ସହ ସୂଚନା ଅଧିକାରୀ ଆଇନ ରେ ମାଗିଥିବା ତଥ୍ୟ ଦେବାକୁ ପଛ ଗୁଞ୍ଛା ଦେଉଛନ୍ତି। ଗୋଦି ମିଡ଼ିଆ କାହାର ? ରାଜତନ୍ତ୍ର ର ନା ଅମଲା ତନ୍ତ୍ର ର….??? ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ପ୍ରଶ୍ନ ଉଠୁଛି l ବର୍ତ୍ତମାନ ସାମ୍ବାଦିକ ଓ ସାମ୍ବାଦିକତା ଦୁଇଟି ସମନ୍ତରାଳ ରେଖା ପାଲୋଟି ଗଲାଣି, ନିରପେକ୍ଷ ଶବ୍ଦ ସାମ୍ବାଦିକ ଭାଷା କୋଷ ରୁ ଉଭାଇ ଗଲାଣି କହିଲେ ଚଳେ l ସାମ୍ବାଦିକ ବର୍ତ୍ତମାନ ନେତା ଓ ପ୍ରଶାସନ ର ହାତ କଣ୍ଢେଇ ହୋଇଛି ଯାହାଫଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଦିନକୁ ଦିନ ବଢିବା ରେ ଲାଗିଛି, ପ୍ରଶାସନ ଓ ନେତା ଏହାର ଫାଇଦା ନେବା ଦେଖିବାକୁ ମିଳୁଛି l

nis-ad
Leave A Reply

Your email address will not be published.