କନ୍ଧମାଳ ଏସ. ପି. ଙ୍କ ନିକଟରେ ଫେରାଦ : ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଏବେ ୩ ମାସର ଗର୍ଭବତୀ…


କନ୍ଧମାଳ: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ (ମାନସିକ ବିକାରଗ୍ରସ୍ତ) ଯୁବତୀଙ୍କୁ ଅଞ୍ଚଳର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ୩ ମାସର ଗର୍ଭବତୀ । ଏ ନେଇ ସେ ଶୁକ୍ରବାର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ମା’ କୁହନ୍ତି, ଆଜକୁ ୩ ମାସ ତଳେ ଆମ ଘରେ ଝିଅ ଏକା ଥିଲା । ଆମେ ବାହାରକୁ ଯାଇଥିଲୁ । ଏହାର ସୁଯୋଗ ନେଇ ଗ୍ରାମର ଜଣେ ବିବାହିତ ଯୁବକ ଝିଅକୁ ବଳାତ୍କାର କରିଥିଲେ । ଗତ ୪ ଦିନ ତଳେ ଝିଅ ଦେହ ଖରାପ ହେଲା। ଆମେ ମେଡିକାଲ ନେବାରୁ ସେ ଗର୍ଭବତୀ ଥିବା ଜଣାପଡିଥିଲା । ଏ ନେଇ ଝିଅକୁ ପଚାରିବାରୁ ସେ ସବୁ କଥା କହିଥିଲା । ପରେ ସମ୍ପୃକ୍ତ ଯୁବକଙ୍କୁ ପଚାରିବାରୁ ସେ ନିଶାଶକ୍ତ ଅବସ୍ଥାରେ ଏପରି ଘଟଣା କରିଛି ବୋଲି କହିଲା । ଘଟଣା ନେଇ ଆମେ ୨ ତାରିଖରେ ସାରଙ୍ଗଗଡ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲୁ। ହେଲେ ଥାନା ଅଧିକାରୀଙ୍କ ସହ ସାକ୍ଷାତ ହୋଇପାରିଲା ନାହିଁ । ଆମେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ଘରକୁ ଫେରିଲୁ। ଆଜି ଏସ୍‌ପିଙ୍କୁ ଭେଟିବାକୁ ଆସିଛୁ । ସମ୍ପୃକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରି ଝିଅକୁ ନ୍ୟାୟ ଦିଆଯାଉ । ଏ ନେଇ ଥାନାଧିକାରୀ ବଧୁଲିକା ବିଶ୍ୱାଳ କହିଛନ୍ତି ମୁଁ ବାହାରକୁ ଯାଇଥିଲା ବେଳେ ସେମାନେ ଥାନାକୁ ଆସିଥିଲେ। କିନ୍ତୁ ସେମାନେ ଅପେକ୍ଷା ନ କରି ଚାଲିଯାଇଥିଲେ। ସେମାନେ ଆସି ଏତଲା ଦେଲେ ଆମେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବୁ।

nis-ad
Leave A Reply

Your email address will not be published.