ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଓ ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ରାୟପୁର ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର – ମାନବ ସେବା ହିଁ ମାଧବ ସେବା

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଏବଂ ଏନ୍.ଏଚ.ଏମ୍.ଏମ୍.ଆଇ ନାରାୟଣ ମଲ୍ଟି ସ୍ପେସିଆଲିଷ୍ଟି ହସ୍ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଅଛି। ପ୍ରଥମେ ମାଁ ଦ୍ୱାରସେନି ଓ ମାଁ ସରସ୍ୱତୀ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସମାରୋହ ରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସଭାପତି ରଶ୍ମିରଞ୍ଜନ ପୁଟେଲ ଙ୍କ ସଭାପତିତ୍ୱ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ଶିବିର ଆୟୋଜନର ମହତ୍ତ୍ଵ ଓ ଏହାର ସୁବିଧା ନେବା ପାଇଁ ଲୋକଙ୍କୁ ସଚେତନ କରିବା ସହ ବିଜୁ ସ୍ବାସ୍ଥ୍ୟ କାର୍ଡକୁ କିପରି ଅପବ୍ୟବହାର କରାଯାଉଛି, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଲୋକ ମାନଙ୍କୁ ବୁଝାଇଥିଲେ। ସାମ୍ବାଦିକ ମାନେ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ସେମାନଙ୍କୁ ପ୍ରସଂଶା କରିଛନ୍ତି ବିଧାୟକ ।

ମାନବ ସେବା ହିଁ ମାଧବ ସେବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ଯୋଶୀ, କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ଶିକ୍ଷାବିତ ଡ଼ଃ ନାରାୟଣ ମିଶ୍ର, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା,ଉପସଭାପତି ଅନିଲ ତ୍ରିପାଠୀ, ସହ ସମ୍ପାଦକ ଦିନେଶ ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଂଘ ର ସଂପାଦକ ହୁଲେଶ୍ୱର ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ମଞ୍ଚ ପରିଚାଳନା କରିଥିଲେ । ନାରାୟଣ ହସ୍ପିଟାଲର କିଡ଼ନି ରୋଗ ବିଶେଷଜ୍ଞ ସୁନୀଲ ଧର୍ମାନୀ, ହୃଦୟ ରୋଗ ବିଶେଷଜ୍ଞ ସ୍ନେହୀଲ ଗୋସ୍ୱାମୀ ଓ ଅର୍ଥ ପେଡିକ ସ୍ପିସିଆଳିଷ୍ଟ ବିଶେଷଜ୍ଞ ପଙ୍କଜ କୁମାର ପଟେଲ,ଡ଼ଃ ଭୂଷଣ ସାହୁ,ଡ଼ଃ ଗଜେନ୍ଦ୍ର ଚୌଧୁରୀ ଯୋଗ ଦେଇ ବହୁ ଦୁର ଦୂରାନ୍ତ ରୁ ଆସିଥିବା ରୋଗୀ ମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ । କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ,ଆଇନ ପରାମର୍ଶଦାତା ହେମନ୍ତ କୁମାର ନାଏକ, ଉପଦେଷ୍ଟା ଅଶୋକ ଖମାରୀ, ଅର୍ଦ୍ଧେନ୍ଦୁ ଦାସ ଯାଦବ,ସଦସ୍ୟ ସୁଶାନ୍ତ ବେହେରା, ସୁଶାନ୍ତ ଥନାପତି,ରାଧେଶ୍ୟାମ ମେହେର,ବଂଶୀଧର ବେହେରା, ସୁଦାମ ବେହେରା,କୋଶଳୀ କବି ଭକ୍ତବନ୍ଧୁ ବେହେରା, ଆନନ୍ଦ ଅଗ୍ରୱାଲ,ରଞ୍ଜନ ସରାଫ, ରିଚୁ ପଣ୍ଡା,କଲେଜ ରେଡକ୍ରସ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ,ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ର ନବୀନ ଶ୍ରୀବାସ, ଅନିଲ ପୋଇଡା,ଖୋମେସ୍ୱର ଲେହେଁରେ, ତରୁନେନ୍ଦ୍ର ସିଂ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ନାରାୟଣ ହସ୍ପିଟାଲର ବିଶେଷଜ୍ଞ ସମୂହ, ସାମ୍ବାଦିକ ସଂଘର କର୍ମକର୍ତାଗଣ ସହଯୋଗ କରିଥିଲେ । ୩୮୯ ଜଣ ବିଭିନ୍ନ ରୋଗ ର ରୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ। (ଫଟୋ ସହ)

nis-ad
Leave A Reply

Your email address will not be published.