ପାରିବାରିକ କଳହ ରୁ ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ…


ବ୍ରହ୍ମପୁର : ୪-୧୧ ଧରାକୋଟ ବ୍ଲକ ର ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପାରିବାରିକ କଳହ ରୁ ସ୍ତ୍ରୀ କୁ ହତ୍ୟା କରିଛି ସ୍ବାମୀ । ଆଜି ସକାଳ ଦଶ ଘଣ୍ଟା ସମୟରେ ଗ୍ରାମର ଗୁଡିଆଆମ୍ବ ଛକରେ ଇନ୍ଦ୍ର ସ୍ୱାଇଁଙ୍କ ଘରେ ଏହି ହତ୍ୟା କାଣ୍ଡ ଘଟିଛି । ଇନ୍ଦ୍ର ସ୍ୱାଇଁଙ୍କ ପୁଅ ମିଥୁନ ସ୍ୱାଇଁ ୪୦, ମାତ୍ରାଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଲିଲି ସ୍ୱାଇଁ ୩୫, ସହ ଝଗଡା କରି ଅଚାନକ ଧାରୁଆ ଅସ୍ତ୍ରରେ ବେକ ଓ ମୁଣ୍ଡକୁ ହଣିଦେବା ପରେ ଲିଲିର ଚିତ୍କାର ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାକୁ ତୁରନ୍ତ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ,ବଡଗଡ ଥାନା ଏସ ଆଇ ଅମର କାନ୍ତ ଷଡ଼ଙ୍ଗୀ ପ୍ରମୁଖ ମେଡିକାଲ ରେ ପହଞ୍ଚି ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ଙ୍କ ଉପସ୍ଥିତି ରେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଲିଲି ଙ୍କର ବାପା କୁଲଗଡ ଗ୍ରାମର ଖାଲି ବିଷୋୟୀ ଙ୍କ ଏତଲା କ୍ରମେ ବଡଗଡ ଥାନାରେ ୫୦୦/୨୩ ପ୍ରକାରେ ମାମଲା ରୁଜୁ କରାଯାଇ ଆସାମୀ ମିଥୁନ ସ୍ୱାଇଁ କୁ ଗିରଫ କରି ଅଧିକ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.