ହାଇୱା-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ…

rwer

ଆନନ୍ଦପୁର : ଅସମ୍ପୂର୍ଣ ଜାତୀୟ ରାଜପଥ ସାଜିଛି କାଳ, ଚାଲିଯାଉଛି ନିରୀହ ଜୀବନ। ପଡିଶା ଘର ଝିଅକୁ ସ୍କୁଲ ହଷ୍ଟେଲରେ ଛାଡିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଆନନ୍ଦପୁର, ୨୦ନଂ ଜାତୀୟ ରାଜପଥର ବାରିଗାଁ ପେଟ୍ରୋଲ ପମ୍ପ ଛକ ନିକଟରେ ବାଇକ୍ ଆରୋହୀଙ୍କ ଉପରେ ହାଇୱା ମାଡିଯିବାରୁ ଘଟଣା ସ୍ଥଳରେ ୩ବାଇକ୍ ଆରୋହୀଙ୍କ ମୃତ୍ଯୁ ଘଟଛି।

ମୃତକ ମନେ ହେଲେ ଯାଜପୁର ଜିଲ୍ଲା ଡୁବୁରି ଥାନା ବାରଗାଡିଆ ଗାଁର ଦୁଇଭାଇ ପ୍ରଭୁଦତ୍ତ ବିଶ୍ବାଳ, ବିଭୁଦତ୍ତ ବିଶ୍ବାଳ ଓ ସେମାନଙ୍କ ପଡିଶା ଘରର ଜଣେ ୯ମ ଶ୍ରେଣୀ ଛାତ୍ରୀ। ଛାତ୍ରୀ ଜଣକ ଭଦ୍ରକ ବିନାୟକ ସ୍କୁଲରେ ପାଠପଢୁଥିବାବେଳେ ପୁଜାଛୁଟି ପରେ ଆଜି ଦୁଇଭାଇ ଛାତ୍ରୀ ଜଣଙ୍କୁ ହଷ୍ଟେଲ୍ରେ ଛାଡିବାକୁ ବାହାରିଥିଲେ।

ତେବେ ଆନନ୍ଦପୁର ବଞ୍ଚୋରେ ଦୁଇଭାଇଙ୍କ ମାମୁ ଘର ହୋଇଥିବାରୁ ପ୍ରଥମେ ମାମୁ ଘରକୁ ଯାଇ ଦେଖା କରିବା ପରେ ଛାତ୍ରୀଙ୍କୁ ଭଦ୍ରକରେ ଥିବା ସ୍କୁଲରେ ଛାଡି ଘରକୁ ଫେରିଥାନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବାରିଗାଁ ଛକ ଠାରେ ହାଇୱା ମାଡିଯାଇ ତିନିଜଣଙ୍କ ଜୀବନ ଚାଲିଗଲା।

ଦୁର୍ଘଟଣା ପରେ ହାଇୱାଟିକୁ ଘଷିପୁରା ପୋଲିସ୍ ଜବଦ କରିଥିବାବେଳେ ଡ୍ରାଇର ଫେରାର ରହିଛି। ଅସମ୍ପୂର୍ଣ୍ଣ ଜାତିୟ ରାଜପଥ ଯୋଗୁ ବାରମ୍ବାର ଧନ ଜୀବନ ଯାଉଥିବା ବେଳେ ତୁରନ୍ତ ଏହାକୁ ସମ୍ପୂଣ୍ଣ କରିବାକୁ ସ୍ଥାନୀୟ ଲେକେ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.