୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର ଜବତ…

bs

କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ।

ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ କାଳିବିରି ପୋଲ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଏସଟିଏଫ ଖବର ପାଇଥିଲା । ସଙ୍ଗେସଙ୍ଗେ ଟାଉନ ଥାନା ପୋଲିସ ସହଯୋଗରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା ଏସଟିଏଫ । ଚଢ଼ାଉ ସମୟରେ ତିଗିରିଆ ଅଞ୍ଚଳର ଅଭିଯୁକ୍ତ ସୂର୍ଯ୍ୟକାନ୍ତ ମନ୍ତ୍ରୀ (୩୨) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଏକ ଅପରାଧିକ ସାମଗ୍ରୀ ସହ ୧ କେଜି ୨୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ୧୯୮୫ ଅନୁଯାୟୀ କେସ ନମ୍ବର ୨୬ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ସୂଚନା ଥାଉକି ୨୦୨୦ ମସିହାରୁ ଏସଟିଏଫ ଲଗାତାର ଭାବେ ନିଶା ବେପାରୀଙ୍କ ଉପରେ ପ୍ରହାର ଜାରି ରଖିଛି। ଅଦ୍ୟାବଧି ଏସଟିଏଫ ୭୩ କେଜିରୁ ଊର୍ଦ୍ଧ୍ଵ ବ୍ରାଉନ ସୁଗାର, ୨୦୨ ଗ୍ରାମ କୋକିନ, ୧୧୬ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୮୩ ରୁ ଉର୍ଦ୍ଧ୍ଵ ନିଶା ବେପାରିଙ୍କୁ ଗିରଫ କରିଛି । ଏହାସହ ୬୨କେଜି ରୁ ଅଧିକ ବ୍ରାଉନସୁଗାର ନଷ୍ଟ କରିଛି ଏସଟିଏଫ ।

nis-ad
Leave A Reply

Your email address will not be published.